ଲକ୍ଷ୍ନୌ,୨୩।୬: ବିଏସ୍ପି ଅଧ୍ୟକ୍ଷା ମାୟାବତୀଙ୍କ ଅଧ୍ୟକ୍ଷତାରେ ରବିବାର ଦଳୀୟ କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠୀତ ହୋଇଯାଇଛି। ବୈଠକରେ ସାଂଗଠନିକ କ୍ଷେତ୍ରରେ କେତେକ ପରିବର୍ତ୍ତନ କରାଯାଇଛି। ଏଥିରେ ମାୟାବତୀ ବଂଶବାଦକୁ ପୁଣି ଗୁରୁତ୍ୱ ଦେଇଥିବା କୁହାଯାଉଛି। ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ଦିଆଯାଇଛି। ସେହିପରି ପୁତୁରା ଆକାଶ ଆନନ୍ଦଙ୍କୁ ରାଷ୍ଟ୍ରୀୟ ସମନ୍ବୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହା ସହିତ ରାଷ୍ଟ୍ରୀୟସ୍ତରରେ ୨ ଜଣ ସମନ୍ବୟକଙ୍କୁ ନିଯୁକ୍ତ କରାଯାଇଛି।