Categories: ଜାତୀୟ

ମାୟାବତୀଙ୍କ ଭାଇଙ୍କ ଘରେ ଆୟକର ଚଢ଼ାଉ: ୪ ଶହ କୋଟିର ପ୍ଲଟ୍‌ ସିଲ

ଲକ୍ଷ୍ନୌ,୧୮।୭: ବିଏସ୍‌ପି ଅଧ୍ୟକ୍ଷା ମାୟାବତୀଙ୍କ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହା ଅନ୍ତର୍ଗତ ଉତ୍ତରପ୍ରଦେଶ ନୋଏଡ଼ାଠାରେ ଥିବା ତାଙ୍କର ୪ଶହ କୋଟି ମୂଲ୍ୟର ଏକ ବେନାମୀ ପ୍ଲଟ୍‌କୁ ଆୟକର ଅଧିକାରୀ ସିଲ୍‌ କରିଛନ୍ତି। ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ୭ ଏକର ଏହି ପ୍ଲଟ୍‌ ଉପରେ ୨୮ ହଜାର ୩ ଶହ ୨୮ ବର୍ଗମିଟରର ଏକ ଫ୍ଲାଟ୍‌ ନିର୍ମାଣ କରାଯାଇଥିବା କୁହାଯାଉଛି।

Share