ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା

ଆସିକା,୩ା୫(ଡି.ଏନ୍‌.ଏ.)- ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଲକ୍‌ଡାଉନ ଯୋଗୁ ମନ୍ଦିର ବେଢାରେ ଠାକୁରାଣୀଙ୍କୁ ବିଜେ କରାଯାଇ ବିଧି ମୁତାବକ ପୂଜାର୍ଚ୍ଚନା ହୋଇଥିଲା। ଶନିବାର ରାତ୍ରରେ ଠାକୁରାଣୀଙ୍କ ବିଜେ ପ୍ରତିମାକୁ ବେଢା ପରିକ୍ରମା ପରେ ମନ୍ଦିର ସଂଲଗ୍ନ କଲ୍ୟାଣ ମଣ୍ଡପରେ ବିଜେ କରାଯାଇଥିଲା। ସୋମବାର ସକାଳେ ଠାକୁରାଣୀ ପୁଣି ମନ୍ଦିରକୁ ବିଜେ ହେବେ। ଚୈତ୍ର ପୂର୍ଣ୍ଣିମା ଠାରୁ ପ୍ରତ୍ୟହ ସନ୍ଧ୍ୟାରେ ଠାକୁରାଣୀଙ୍କ ବିଜେ ପ୍ରତିମାକୁ ନଗର ପରିକ୍ରମା କରାଯାଉଥିବାବେଳେ ଚଳିତବର୍ଷ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହେଉଛି।

Share