ଛତ୍ରପୁର,୧।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ମେଳା ନେଇ ଜିଲାପାଳ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୪ଟି ପାଳି ପାଳିତ ହେବ। ମାର୍ଚ୍ଚ ୧୪ ପ୍ରଥମ ପାଳି, ମାର୍ଚ୍ଚ ୨୧ ଦ୍ୱିତୀୟ ପାଳି, ୨୮ ତୃତୀୟ ପାଳି ଓ ଏପ୍ରିଲ ୪ରେ ଚତୁର୍ଥ ପାଳି ମା’ ଙ୍କ ଚୈତ୍ର ମେଳା ଅନୁଷ୍ଠିତ ହେବ । ଏହି ଚୈତ୍ର ମେଳାରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଶାନ୍ତି ଶୃଙ୍ଖଳାରେ କିପରି ଏହି ମେଳା ସମାପନ ହେବ ସେ ନେଇ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରତ୍ୱ ଦେଇଛନ୍ତି । ମା’ଙ୍କ ଦର୍ଶନ ଲାଗି ଫି ଦେବାକୁ ପଡ଼ିବ ନାହିଁ ।