ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ଉଠିଲା ମାଟି

ଢେଙ୍କିକୋଟ,୨୩।୮(ଡି.ଏନ୍‌.ଏ.): ପବିତ୍ର ଜନ୍ମାଷ୍ଟମୀ ଓ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ମାଟି ଉଠାଯାଇଥାଏ। ଏ ନେଇ କେନ୍ଦୁଝର ଜିଲା ଢେଙ୍କିକୋଟ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା କମିଟି ପକ୍ଷରୁ ମାଟିଉଠା କାର୍ଯ୍ୟକ୍ରମ ହୋଇଛି। ମା’ଙ୍କ ଆଜ୍ଞା ନେଇ ମାଠି ଉଠାଇବାକୁ ପୁରୋହିତଙ୍କ ସହ ବହୁ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ। ଏହି ମାଟିରେ ମା’ଙ୍କ ପ୍ରତିମା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ବୋଲି ପୁରୋହିତ କହିଛନ୍ତି।