ଦିଗପହଣ୍ଡି,୧୧।୩(ଡି.ଏନ୍.ଏ.): ପ୍ରତିବର୍ଷ ଭଳି ଚଳିତବର୍ଷ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମସ୍ଥିତ ମା’ ବାଙ୍କେଶ୍ୱରୀଙ୍କ ପୀଠରେ ରବିବାର ରାତିରୁ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଡିମ୍ବୁଳା ଯାତ୍ରା। ଏହି ଯାତ୍ରା ବୁଧବାର ଉଦ୍ଯାପିତ ହୋଇଛି। ସୋମବାର ଭୋରରେ ପ୍ରଚଳିତ ପରମ୍ପରା ଅନୁଯାୟୀ ୧୦ ହଜାରରୁ ଊର୍ଦ୍ଧ୍ବ ଶିଶୁଙ୍କୁ ଯାତ୍ରା ପୀଠରେ ସେମାନଙ୍କ ପରିବାରବର୍ଗ ମୁଣ୍ଡନ କରାଇଥିଲେ। ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଯାତ୍ରା ପାଇଁ ବହୁ ସଂଖ୍ୟକ ଅସ୍ଥାୟୀ ଦୋକାନ ବଜାର ଖୋଲିଥିଲା। ଚଳିତବର୍ଷ ରାମଦୋଳି, ମିନାବଜାର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥିଲା।
Posted inଆମ ଜିଲା ଖବର, ଗଞ୍ଜାମ