Categories: ଜାତୀୟ

ମା’-ବାପା ଭଲ ପାଉନାହାନ୍ତି,ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଭଉଣୀ- ଭାଇ

ଗାଜିଆବାଦ୍‌,୨୯।୮: ଉତ୍ତରପ୍ରଦେଶ ଗାଜିଆବାଦ୍‌ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମା-ବାପା ଭଲ ପାଉନଥିବା ଅଭିଯୋଗ କରି ଥାନାରେ ପହଞ୍ଚିଛନ୍ତି ଭାଇଭଉଣୀ। ପୋଲିସ୍‌ ଅଭିଭାବକଙ୍କୁ କ’ଣ ଦଣ୍ଡ ଦେବ ସେନେଇ ଚିନ୍ତାରେ ପଡିଛି। ଭାଇ-ଭଉଣୀଙ୍କ ଅଭିଯୋଗ ଅନୁଯାୟୀ, ମା-ବାପା ସାନ ଭାଇକୁ ଅଧିକ ଭଲ ପାଉଛନ୍ତି। ସେ କିଛି ବି ଦୋଷ କଲେ ତାକୁ କ୍ଷମା ଦେଉଥିବାବେଳେ ଆମ ଦୁଇ ଜଣଙ୍କୁ ପ୍ରତି କଥାରେ ଗାଳି ଦେଉଛନ୍ତି। ଏପରିକି ସାଙ୍ଗ ଘରକୁ ଗଲେ ମଧ୍ୟ ରୋକୁଛନ୍ତି। ତେଣୁ ତାଙ୍କୁ ଦଣ୍ଡ ଦିଆଯାଉ ବୋଲି ପୋଲିସ ଆଗରେ କହିଛନ୍ତି ଭଉଣୀ-ଭାଇ। ପୋଲିସ ଉଭୟଙ୍କୁ ଯେତେ ବୁଝାଇଲେ ପରେ ମଧ୍ୟ ଦୁହେଁ ବୁଝି ନ ଥିଲେ। ଭଉଣୀ ବିଏସି ପଢୁଥିବାବେଳେ ଭାଇ ବିକମ୍‌ ପଢୁଛନ୍ତି। ଏହି ଘଟଣାରେ ପୋଲିସ୍‌ ମା-ବାପାଙ୍କୁ ଡାକି କଥା ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଦୁହେଁ ଥାନାରୁ ଯାଇଥିଲେ।

Share