Categories: ଫୁରସତ

ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ: ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି ଝିଅମାନେ ମା’ଙ୍କ ସାହାଯ୍ୟ ଲୋଡିଥାନ୍ତି। ହେଲେ କେବଳ ମା’ କାହିଁକି, ବାପା ବି ଝିଅର ଭଲ ସାଙ୍ଗ ହୋଇପାରିବେ। ଏମିତି ବି ବାପ ଝିଅ ଅଛନ୍ତି ଯେଉଁମାନେ ଭଲ ବନ୍ଧୁ ହୋଇଥାନ୍ତି। ଝିଅ ମା’ ଅପେକ୍ଷା ବାପାଙ୍କ ପାଖରେ ଅଧିକ ଗେହ୍ଲା ହୋଇଥାନ୍ତି। ସେମାନେ ବାପାଙ୍କ ସହିତ ସବୁ କଥା ବାଣ୍ଟି ପାରନ୍ତି। ତେବେ ଆପଣ ଯଦି ଚାହାନ୍ତି ଆପଣଙ୍କ ଝିଅର ଭଲ ବନ୍ଧୁଟିଏ ହେବାକୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦିଅନ୍ତୁ। ଜାଣନ୍ତୁ ସେ ସମ୍ପର୍କରେ…

କଟକଣା: ଅନେକ ସମୟରେ ଝିଅମାନଙ୍କୁ ଘରେ କଟକଣା କରାଯାଇଥାଏ। ଯିବାଆସିବାଠାରୁ ଆରମ୍ଭ କରି ପୋଷାକ ପରିଧାନ ଉପରେ ମଧ୍ୟ ବାରଣ କରାଯାଏ। ଏପରି କରିବା ଦ୍ୱାରା ଝିଅମାନେ ବାପାଙ୍କୁ ଡରିଥାନ୍ତି। ତେବେ ଏହି କଟକଣା ବନ୍ଦ କରନ୍ତୁ। ଦେଖିବେ ଆପଣଙ୍କ ଝିଅ ଆପଣଙ୍କ ଭଲ ବନ୍ଧୁ ହୋଇପାରିବ।

ବନ୍ଧୁଭଳି କଥା ହୁଅନ୍ତୁ: ଝିଅ ସହ ଏକ ପିତା ନୁହେଁ ବରଂ ଜଣ ଭଲ ବନ୍ଧୁ ପରି ବ୍ୟବହାର କରନ୍ତୁ। ଫଳରେ ଏହି ସ୍ନେହ ତାଙ୍କୁ ଅବାଟକୁ ଯିବାକୁ ଦେଇ ନ ଥାଏ। ଜୀବନର କଠିନ ସମୟରେ ବି ସେ ଆପଣଙ୍କୁ ନିଜର ଭଲ ବନ୍ଧୁ ଭାବିଥାନ୍ତି।

ଝିଅର ପରାମର୍ଶ: ବାପା ନିଜ କାର୍ଯ୍ୟ ହେଉ କିମ୍ବା ଘରର ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଝିଅର ପରାମର୍ଶ ଲୋଡିବା ଆବଶ୍ୟକ। ଏପରି କରିବା ଦ୍ୱାରା ସମ୍ପର୍କ ସୁଦୃଢ଼ ହୋଇଥାଏ।

ଉପହାର: ଅନେକ ସମୟରେ ଝିଅର ମନ ପସନ୍ଦର ଉପହାର ତାକୁ ଦିଅନ୍ତୁ।

Share