Categories: ଫୁରସତ

ମା’ ମୋବାଇଲ ଛଡ଼ାଇ ନେବାରୁ ଝିଅ ସ୍ମାର୍ଟ ଫ୍ରିଜ୍‌ରୁ ପଠାଇଲେ ମେସେଜ୍‌, ମୁଁ ତୁମ ସମସ୍ତଙ୍କୁ ଛାଡ଼ି ଚାଲିଯାଉଛି

ଆଜିର ଟେକ୍ନୋଲୋଜି ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ବିନା ସ୍ମାର୍ଟଫୋନ୍‌ରେ ସମସ୍ତ କାମ ଯେପରି ଅଧୁରା। ଲୋକଙ୍କ ଧ୍ୟାନ ସବୁବେଳେ ଫୋନ୍‌ ଉପରେ ରହୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନ୍ୟୁୟର୍କରେ। ଏଠାକାର ୧୫ ବର୍ଷର ଜଣେ ଯୁବତୀ ରୋଷେଇ କରୁଥିବାବେଳେ ସ୍ମାର୍ଟଫୋନ୍‌ ଉପରେ ଧ୍ୟାନ ଥିଲା। ଏହା ଭିତରେ ଷ୍ଟୋଭଟି ଫାଟି ଯିବାରୁ ତାଙ୍କ ମା’ ରାଗିଯାଇ ଫୋନ୍‌ଟିକୁ ଛଡ଼ାଇ ନେଇଥିଲେ। କିନ୍ତୁ ଯୁବତୀଙ୍କର ମେସେଜ୍‌ ପଠାଇବାରେ ଏତେ ନିଶା ଥିଲା, ସେ ତାଙ୍କ ସ୍ମାର୍ଟ ଫ୍ରିଜକୁ ନିଜର ମେସେଞ୍ଜର କରିଦେଲେ।

ନ୍ୟୁୟର୍କର ଏକ ମାଗାଜିନର ରିପୋର୍ଟ ଅନୁଯାୟୀ, ଡୋରୋଥୀ ନାମକ ଜଣେ ୧୫ ବର୍ଷୀୟା ଯୁବତୀଙ୍କ ଠାରୁ ତାଙ୍କ ମାଆ ରାଗି କି ମୋବାଇଲ ଛଡ଼ାଇ ନେଇଥିଲେ। ଏହା ପରେ ଯୁବତୀ ଜଣକ ସ୍ମାର୍ଟ ଫ୍ରିଜ୍‌ରେ ବନ୍ଧୁଙ୍କୁ ଟ୍ବିଟ୍‌ କରି ମୋ ମା’ ମୋବାଇଲ ଛଡ଼ାଇ ନେଇଛନ୍ତି। ମୁଁ ସବୁଦିନ ପାଇଁ ଛାଡ଼ି ଚାଲିଯାଉଛି। ତୁମମାନଙ୍କୁ ବହୁତ ମନେ ପକାଇବି। ଏବେ କାନ୍ଦୁଛି ବୋଲି ଲେଖିଥିଲେ। ମେସେଜ୍‌ ଦେଖି ନିନ୍‌ଟେଣ୍ଡୋ ଜରିଆରେ ମା’ ଲେଖିଲେ ତାଙ୍କ ଝିଅ ନିନ୍‌ଟେଣ୍ଡୋରୁ ଟୁଇଟ୍‌ର ଚଲାଉଛନ୍ତି। ଏହି ଆକାଉଣ୍ଟ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ। ଏହା ପରେ ବି ଡୋରୋଥୀ ମାନି ନ ଥିଲେ। ବର୍ତ୍ତମାନ ଟୁଇଟ୍‌ର ଚଲାଇବାକୁ wiiu ଭିଡିଓ ଗେମ୍‌ର ସାହାରା ନେଇଛନ୍ତି। ଏହାର ଭିଡିଓ ଏବେ ସୋସିିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share