ମା’ ଶର୍ମିଳାଙ୍କ ସହ ର଼୍ୟାମ୍ପ୍‌ରେ ଚାଲିଲେ ସୋହା

ମୁମ୍ବାଇ: ମା’ ଶର୍ମିଳା ଟାଗୋରଙ୍କ ସହ ର଼୍ୟାମ୍ପରେ ଚାଲିଲେ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍‌। ଲୋଟସ୍‌ ଫ୍ୟାଶନ୍‌ ଉଇକ୍‌-୨ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୋହା ମଧ୍ୟ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏହାର କିଛି ଫଟୋ ଶେୟାର କରିଛନ୍ତି। ଏହା ଏବେ ବେଶ୍‌ ଭାଇରାଲ ହେଉଛି।

ସୋହା ଲେଖିଛନ୍ତି, ମା’ଙ୍କ ସହ ଏତେ ବର୍ଷ ପରେ ର଼୍ୟାମ୍ପରେ ଚାଲିବା ଅବିଶ୍ୱାସନୀୟ ଥିଲା। ଆସାମର ଡିଜାଇନର ସଂଯୁକ୍ତା ଦତ୍ତାଙ୍କ ଆକାଶ କଲେକ୍ସନ ଏବଂ ହସ୍ତତନ୍ତ୍ର ଶିଳ୍ପ କ୍ଷେତ୍ରକୁ ଏହା ଶ୍ରଦ୍ଧାଞ୍ଜଳି ଥିଲା। ଏହା ବହୁତ ସୁନ୍ଦର ଥିଲା ବୋଲି କହିଛନ୍ତି ସେ।

Share