ମା’ ସପ୍ତଫେଣୀଙ୍କ ନବରାତ୍ର ପୂଜା

କଣ୍ଟାପଡ଼ା,୭।୧୦(ଡି.ଏନ୍‌.ଏ.): କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଉରାଢ଼ ଗ୍ରାମର ଶକ୍ତିପୀଠ ମା’ ସପ୍ତଫେଣୀଙ୍କ ପୀଠରେ ନବରାତ୍ର ପୂଜା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଗତ ରବିବାରଠାରୁ ଉକ୍ତ ଶକ୍ତିପୀଠରେ ପ୍ରତିଦିନ ମା’ଙ୍କର ଭିନ୍ନଭିନ୍ନ ବେଶ କରାଯାଉଥିବା ବେଳେ ଅଷ୍ଟମୀ ମଧ୍ୟରାତ୍ରିରେ ଚଣ୍ଡୀପାଠ କରାଯାଇଥିଲା। ନବରାତ୍ରର ପ୍ରଥମ ଦିନରେ ମା’ ଶୈଳୀପୁତ୍ରୀ ବେଶ ହୋଇ ଥିବାବେଳେ ଅନ୍ୟାନ୍ୟ ଦିନଗୁଡ଼ିକରେ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡ, ସ୍କନ୍ଧମାତେତୀ, କାତ୍ୟାୟନୀ, କାଳୀ, ମହାଗୌରୀ ଓ ସିଦ୍ଧଦାତ୍ରୀ ବେଶରେ ମା’ ଶୋଭା ପାଇଥିଲେ। ପଣ୍ଡିତ ଭକ୍ତିରଞ୍ଜନ ଆଚାର୍ଯ୍ୟ, ବନମାଳୀ ଦୀକ୍ଷିତ, ବଂଶୀଧର ଦୀକ୍ଷିତ ଓ ଦିଗମ୍ବର ଦୀକ୍ଷିତ ଦୈନିକ ମା’ଙ୍କ ବେଶ କରିବା ସହ ସକାଳ ମାଜଣା, ଚଣ୍ଡୀପାଠ ଆଦି କରିଥିଲେ। ୯ଦିନ ବ୍ୟାପୀ ମା’ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

Share