ମା’ ହେବାକୁ ଚାହିଁ ବସିଛନ୍ତି ପ୍ରିୟଙ୍କା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ମା’ ହେବାକୁ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି। ଏ କଥା ଆମେ ନୁହେଁ ବରଂ ନିଜେ ପ୍ରିୟଙ୍କା କହିଛନ୍ତି। ପ୍ରକୃତ କଥାଟା ହେଲା, ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ମାଧ୍ୟମରେ ପ୍ରୟଙ୍କା ବଲିଉଡ୍‌କୁ ଫେରୁଛନ୍ତି। ବର୍ତ୍ତମାନ ସେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ପ୍ରିୟଙ୍କା ନିଜର ଏବଂ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ବିଷୟରେ ବହୁ କଥା ପ୍ରଶଂସକଙ୍କ ସହ ଶେୟାର କହିଛନ୍ତି। ମା’ ହେବାକୁ ନେଇ ପ୍ରଶଂସକଙ୍କ ଏକ ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା କହିଛନ୍ତି, ମା’ ହେବା ପାଇଁ ମୁଁ ଅପେକ୍ଷା କରିପାରିବି ନାହିଁ। ଏଥିପାଇଁ ମୁଁ ବହୁତ ଉତ୍ସାହିତ ଅଛି। ଭଗବାନଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ଏହିି ଖୁସି ଆସିଥାଏ। ନିକ୍‌ ଏବଂ ମୁଁ ମଧ୍ୟ ଏହି ଖୁସି ପାଇବାକୁ ଚାହିଁ ବସିଛୁ ବୋଲି ପ୍ରିୟଙ୍କା କହିଛନ୍ତି। ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ତାଙ୍କୁ ଫରହାନ୍‌ ଅଖତର ଏବଂ ଜୋୟା ଅଖ୍‌ତରଙ୍କ ସହ ଦେଖିବାକୁ ମିଳିବ।
ଗତ ବର୍ଷ ଡିସେମ୍ବରରେ ରାଜସ୍ଥାନର ଯୋଧପୁରରେ ପ୍ରିୟଙ୍କା ଆମେରିକାର ଗାୟକ ନିକ ଜୋନସଙ୍କୁ ବିବାହ କରିଥିଲେ।

Share