Categories: ଖେଳ

ମା’ ହେବାକୁ ଯାଉଛନ୍ତି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା

ଖ୍ରୀଷ୍ଟଚର୍ଚ୍ଚ, ୨୦।୮:ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା ଏମି ସଟର୍ଥଓ୍ବେଟ୍‌ ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବର ସେ ଟୁଇଟର ମାଧ୍ୟମରେ ସାରା ବିଶ୍ୱକୁ ଜଣାଇଛନ୍ତି। ଏଥିପାଇଁ ସେ କ୍ରିକେଟରୁ କିଛିଦିନ ପାଇଁ ଦୂରେଇ ଯାଇଛନ୍ତି। ୨୦୨୦ ଜାନୁୟାରୀରେ ତାଙ୍କ ଶିଶୁ ଜନ୍ମ ହେବାର ସମ୍ଭାବନା ଅଛି। ଏଥିପାଇଁ ସେ ଆଉ ତାଙ୍କ ପାର୍ଟନର ଲି ତାହୁହୁ ବେଶ୍‌ ଖୁସି ଥିବା ଏମି ଟୁଇଟରରେ କହିଛନ୍ତି। କ୍ରିକେଟରୁ କିଛି ଦିନ ଦୂରେଇ ଯାଇଥିଲେ ମଧ୍ୟ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସେ କହିଛନ୍ତି। ୨୦୨୧ରେ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଆଇସିସି ମହିଳା କ୍ରିକେଟ ବିଶ୍ୱକପ ଉପରେ ତାଙ୍କ ନଜର ରହିଛି ବୋଲି ଏମି କହିଛନ୍ତି। ସୂନଚାଯୋଗ୍ୟ, ୨୦୧୭ରେ ଏମି ନିଜ ସାଥି ଖେଳାଳି ଲି ତାହୁହୁଙ୍କୁ ସମଲିଙ୍ଗୀ ବିବାହ କରି ଚର୍ଚ୍ଚାକୁ ଆସିଥିଲେ।

Share