ମା’ ହେବାକୁ ଯାଉଛନ୍ତି ସୋନମ!

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ବର୍ତ୍ତମାନ ସେଲ୍ଫ ଆଇସୋଲେଶନରେ ଅଛନ୍ତି। ନିକଟରେ ସେ ଲଣ୍ଡନରୁ ଫେରିଥିଲେ। ଏବେ ସେ ଘରେ ରହିବା ସହ କେବଳ ଘରେ ତିଆରି ଖାଦ୍ୟ ଖାଉଛନ୍ତି ଏବଂ ନିଜ ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି। ଇତି ମଧ୍ୟରେ ସେ ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସ୍ବାମୀ ଆନନ୍ଦ ଶୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ। ଏହି ସମୟରେ ସୋନମ ଧଳା ରଙ୍ଗର ଏକ ଗାଉନ୍‌ ପିନ୍ଧିଥିଲେ। ଏହାକୁ ଦେଖିଲେ ସେ ଗର୍ଭବତୀ ଥିବା ମନେ ହେଉଛି। ସୋନମ ଏବଂ ଆନନ୍ଦ ଆହୁରି ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହି ସମସ୍ତ ଫଟୋରେ ସେ ଗର୍ଭବତୀ ଥିବା ଜଣାପଡ଼ୁଥିବା କୁହାଯାଉଛି।

Share