ମା’ ହେବାକୁ ୧୫ କିଲୋ ଓଜନ ବଢ଼ାଇଲେ କ୍ରିତି

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ଫଟୋ। ଏମିତିରେ ବି-ଟାଉନ ତାରକାଙ୍କ ଫଟୋ ଭାଇରାଲ ହେବା କିଛି ନୂଆ କଥା ନୁହେଁ। ତେବେ ଚର୍ଚ୍ଚାର କାରଣ ଫଟୋରେ କ୍ରିତିଙ୍କ ବେବି ବମ୍ପ୍‌ ଦେଖିବାକୁ ମିଳିଛି। ଆପଣ ଦ୍ୱନ୍ଦ୍ୱରେ ପଡ଼ିଗଲେ କି? ତେବେ କ୍ରିତିଙ୍କ ଏହି ବେବି ବମ୍ପ୍‌ର ରହସ୍ୟ ଆମେ ଆପଣଙ୍କୁ କହିଦେଉଛୁ।
ବଲିଉଡ୍‌ ଫିଲ୍ମ ‘ବରେଲୀ କି ବର୍ଫି’, ‘ଲୁକା ଛିପି’, ‘ହାଉସ୍‌ଫୁଲ-୪’ ଆଦିରେ ବବ୍‌ଲି ଝିଅ ଭୂମିକାରେ ନଜରକୁ ଆସିଥିବା କ୍ରିତିଙ୍କୁ ପ୍ରଥମଥର ପାଇଁ ମା’ଭୂମିକାରେ ଦେଖିବାକୁ ମିଳିବ। ଲକ୍ଷଣ ଉତେକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମିମି’ରେ ସେ ‘ସରୋଗେଟ୍‌ ମଦର’ ଭୂମିକାରେ ନଜରକୁ ଆସିବେ। ଏହି ପରିପ୍ରେକ୍ଷୀରେ ଶୁଟିଂ ସେଟ୍‌ରୁ କ୍ରିତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କ୍ରିତିଙ୍କ ଫ୍ୟାନ୍‌ ପେଜ୍‌ ହ୍ୟାଣ୍ଡେଲ ଟୁଇଟର୍‌ରେ ଫଟୋଟି ଶେୟାର କରିବା ପରେ ଫିଲ୍ମକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଶୁଟିଂ କରିବା ସମୟର ଏହି ଫଟୋ ବୋଲି କ୍ୟାପ୍‌ଶନରେ କୁହାଯାଇଛି। ଏଥିରେ କ୍ରିତିଙ୍କ ବେବି ବମ୍ପ୍‌ ସ୍ପଷ୍ଟ ଜଣାପଡ଼ୁଛି। ତେବେ ପରଦାରେ ମା’ ହେବାକୁ ଅର୍ଥାତ୍‌ ଏଭଳି ଏକ ଚ୍ୟାଲେଞ୍ଜିଂ ଚରିତ୍ରରେ ଅଭିନୟ କରିବାକୁ ସେ ୧୫ କିଲୋ ଓଜନ ବଢ଼ାଇଥିବା କୁହାଯାଉଛି। ଏହା ପୂର୍ବରୁ ମଧ୍ୟ ଫିଲ୍ମ ‘ମିମି’ ଚର୍ଚ୍ଚାରେ ରହିଆସିଛି। ରାଜସ୍ଥାନର ଚୁରୁଠାରେ ପ୍ରଥମେ ଫିଲ୍ମର ଶୁଟିଂ ଚାଲିଥିଲା। ହେଲେ ଫିଲ୍ମ ଶୁଟିଂ ପାଇଁ ପୂର୍ବରୁ ଅନୁମତି ନିଆଯାଇ ନ ଥିବାରୁ ପୋଲିସ ଶୁଟିଂ ଅଟକାଇ ଦେଇଥିଲା।
କ୍ରିତି ସାନନ୍‌ଙ୍କ ଅଭିନୀତ ଫିଲ୍ମ ‘ମିମି’ ହେଉଛିି ୨୦୧୧ରେ ରିଲିଜ୍‌ ହୋଇଥିବା ମରାଠୀ ଫିଲ୍ମ ‘ମାଲା ଆଇ ହ୍ବାୟଚୈ’ର ହିନ୍ଦୀ ଭର୍ସନ। ଫିଲ୍ମଟି ନ୍ୟାଶ୍‌ନାଲ ଆଓ୍ବାର୍ଡ ହାସଲ କରିଥିଲା। ଏଭଳି ଏକ ଚ୍ୟାଲେଞ୍ଜିଂ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ କ୍ରିତି ଖୁବ୍‌ ଉତ୍ସାହିତ ଅଛନ୍ତି। ତାଙ୍କ କ୍ୟାରିୟର୍‌ର ଏହା ସବୁଠାରୁ ଭଲ୍‌ ସ୍କ୍ରିପ୍ଟ ବୋଲି ସେ କହିଛନ୍ତି। ଫିଲ୍ମରେ କ୍ରିତିଙ୍କ୍‌ ବ୍ୟତୀତ ପଙ୍କଜ ତ୍ରିପାଠୀ, ସୁପ୍ରିୟା ପାଠକ ଏବଂ ମନୋଜ ପାହଓ୍ବାଙ୍କ ଭଳି ଅଭିଜ୍ଞ କଳାକାରଙ୍କୁ ଦେଖିବାକୁ ମିଳିବ। ଜୁଲାଇରେ ଏହାକୁ ରିଲିଜ୍‌ କରିବାକୁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri