ମା’ ହେଲେ ସନା

ପୂର୍ବତନ ଅଭିନେତ୍ରୀ ସନା ଖାନ ମା’ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ସନା ନିଜ ପ୍ରଶଂସକକୁ ଏହି ଖୁସି ଖବର ଦେଇଛନ୍ତି। ଏକ ଭିଡିଓ ଜରିଆରେ ସେ ପୁତ୍ର ସନ୍ତାନ ଅଧିକାରୀ ହୋଇଥିବା ଜଣାଇଛନ୍ତି। ଆଲ୍ଲା ତାଙ୍କୁ ସର୍ବଶ୍ରେଷ୍ଠ ଉପହାର ଦେଇଥିବା ସେ କହିଛନ୍ତି।
ସନା ୨୦୨୦ରେ ହଠାତ୍‌ ଅଭିନୟ ଜଗତକୁ ଅଲବିଦା କହିଥିଲେ। ସେ ନିଜ ଧର୍ମ ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଥିଲେ। ଏହାର କିଛି ଦିନ ପରେ ସେ ଜଣେ ବ୍ୟବସାୟୀ ମୁଫ୍‌ତୀ ଅନସ ସୟଦଙ୍କୁ ବିବାହ କରିଥିଲେ।

Share