Categories: ଖେଳ

ମିଅଁ।ଦାଦ୍‌ଙ୍କ ୨୬ ବର୍ଷର ରେକର୍ଡ ଭାଙ୍ଗିପାରନ୍ତି କୋହଲି

ପୋର୍ଟ ଅଫ୍‌ ସ୍ପେନ, ୧୧ା୮- ଭ୍ରମଣକାରୀ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ରବିବାର ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଦିନିକିଆ ସିରିଜର ୨ୟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ ରେକର୍ଡ ପ୍ରତିଷ୍ଠା କରିବାର ସମ୍ଭାବନା ରହିଛି। ଯଦି ଏହି ମ୍ୟାଚ୍‌ରେ ସେ ଆଉ ୧୯ ରନ୍‌ ସଂଗ୍ରହ କରନ୍ତି ତେବେ ଦିନିକିଆ କ୍ରିକେଟ୍‌ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର କିର୍ତ୍ତୀମାନ ସ୍ଥାପନ କରିବେ। ଏହି ତାଲିକାରେ କୋହଲି ବର୍ତ୍ତମାନ ପାକିସ୍ତାନର ମହାନ ବ୍ୟାଟ୍ସମ୍ୟାନ ଜାଭେଦ ମିଅଁାଦାଦ (୧୯୩୦ ରନ)ଙ୍କ ପଛକୁ ୨ୟ ସ୍ଥାନରେ ରହିଛନ୍ତି। ମିଅଁାଦାଦ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୬୪ ଦିନିକିଆ ଇନିଂସରୁ ୧୯୩୦ ରନ୍‌ ସଂଗ୍ରହ କରି ଦୀର୍ଘ ୨୬ବର୍ଷ ହେବ ଏହି ରେକର୍ଡର ଅଧିକାରୀ ରହିଛନ୍ତି। ମିଅଁାଦାଦ ଶେଷଥର ପାଇଁ ୧୯୯୩ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କ ଅନ୍ତିମ ଦିନିକିଆ ଖେଳିଥିଲେ। ଅପରପକ୍ଷରେ କୋହଲି ବର୍ତ୍ତମାନ ସୁଦ୍ଧା କାରବୀୟ ଦଳ ବିପକ୍ଷରେ ମାତ୍ର ୩୩ ଇନିଂସ ଖେଳି ୧୯୧୨ ରନ କରିଛନ୍ତି। ଏହି ତାଲିକାର ଟପ୍‌-୫ରେ ମାର୍କ ଓ୍ବ (୧୭୦୮), ଜ୍ୟାକ୍‌ କାଲିସ (୧୬୬୬) ଓ ରମିଜ୍‌ ରାଜା (୧୬୨୪) ଯଥାକ୍ରମେ ୩ୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି।

Share