Advertisement
Categories: କନ୍ଧମାଳ

ମିକ୍ସର ମେଶିନରେ ହାତ କଟି ଠିକାଦାର ଗୁରୁତର

ଦାରିଙ୍ଗବାଡ଼ି,୫।୮(ଡି.ଏନ.ଏ) -ଦାରିଙ୍ଗବାଡ଼ିର ଠିକାଦାର ନିରଞ୍ଜନ ପ୍ରଧାନ ନିଜ ମିକ୍ସର ମେଶିନ ସଜାଡ଼ୁଥିବା ବେଳେ ହାତକଟି ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ନିରଞ୍ଜନଙ୍କୁ ବ୍ରହ୍ମପୁର ପଠାଯାଇଛି। ସିଆଙ୍ଗବାଲି ପଞ୍ଚାୟତ ପଞ୍ଚୁପଲ୍ଲିଠାରେ ଏକ କୋଠା ନିର୍ମାଣ କାର୍ଯ୍ୟରେ ଲାଗିଥିବା ମିକ୍ସର ମେଶିନ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ନିରଞ୍ଜନ ତାକୁ ମରାମତି କରୁଥିଲେ। ଅସାବଧନତାବଶତଃ ତାଙ୍କ ହାତ ଟାଣି ହୋଇ ମିକ୍ସର ମେଶିନ ଭିତରକୁ ଚାଲିଯାଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ସେଠାରେ କାର୍ଯ୍ୟରତ ଶ୍ରମିକଙ୍କ ସହ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel