Categories: ଜାତୀୟ

ମିଗ୍‌-୨୧ ବିମାନ ଉଡାଇ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବାୟୁସେନାର ମୁଖ୍ୟ

ଚଣ୍ଡିଗଡ଼,୨୭।୫: ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍‌ ଧନଓ୍ବା କାରଗିଲ ଶହୀଦଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ୩ ଦିନିଆ ଗ୍ରସ୍ତରେ କାରଗିଲ ଯାଇଥିବା ବିଏସ୍‌ ଧନଓ୍ବା ଏୟାରଫୋର୍ସ ଯବାନଙ୍କ ପାଇଁ ଏକ ମିଶାଲ ତିଆରି କରିଛନ୍ତି। ସେ ମିଗ୍‌-୨୧ ଯୁଦ୍ଧ ବିମାନକୁ ଉଡ଼ାଇବା ସହ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଅଜୟ ଆହୁଜାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଉଡାଣ ବଠିଣ୍ଡା ଜିଲାର ଭିସିୟାନା ଏୟାରଫୋର୍ସ ଷ୍ଟେସନରୁ ଭରିଥିଲା। ଏଥିରେ ଏୟାର ମାର୍ଶଲ ଓ ନମ୍ବିଆର ମଧ୍ୟ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଅଜୟ ଆହୁଜା କାରଗିଲ ଯୁଦ୍ଧରେ ସଫେଦ ସାଗର ଅପରେଶନକୁ ଲିଡ୍‌ କରୁଥିବା ସମୟରେ ଶହୀଦ ହୋଇଥିଲେ।

Share