ପଣଜୀ,୮।୬: ଗୋଆ ବିମାନ ବନ୍ଦରରେ ମିଗ୍ ୨୯କେ ବିମାନର ଡ୍ରପ୍ ଟ୍ୟାଙ୍କରେ ଶନିବାର ନିଆଁ ଲାଗିଯିବା ଫଳରେ ବିମାନ ବନ୍ଦରରେ କିଛି ସମୟ ଲାଗି ବିମାନ ସେବା ବ୍ୟାହତ ହୋଇଥିବା ସୂଚନା ଦେଇଛନ୍ତି ନୌସେନା ପ୍ରବକ୍ତା। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବା ବେଳେ ମିଗ୍ ୨୯କେ ମଧ୍ୟ ସୁରକ୍ଷିତ ଥିବା ଜଣାପଡିଛି।