Categories: ଜାତୀୟ

ମିଛ କହୁଛି ଭାଜପା: ରାହୁଲ

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଯେଉଁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଆଣିଛନ୍ତି ତାହା ବିମୁଦ୍ରୀକରଣଠାରୁ ମଧ୍ୟ ଭୟଙ୍କର। ଏଥିରେ କେହି ଧନୀ ଲୋକ ଲାଇନରେ ଠିଆ ହେବ ନାହିଁ କାରଣ ସେମାନେ ହେଉଛନ୍ତି ତାଙ୍କର ବନ୍ଧୁ। ରାହୁଲ ଆହୁରି ମଧ୍ୟ କହିଛନ୍ତି ସେ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଛକୁ ପଦାରେ ପକାଉଛି। କାରଣ ଉକ୍ତ ଭିଡିଓରେ ମୋଦି କହୁଛନ୍ତି ଦେଶରେ କୌଣସି ଡିଟେନଶନ ସେଣ୍ଟର ନାହିଁ। ହେଲେ ଭିଡିଓରେ ଡିଟେନଶନ ସେଣ୍ଟରର ଚିତ୍ର ସ୍ପଷ୍ଟ ଦେଖାଯାଉଛି। ତେଣୁ ଏବେ ଜନତା ସ୍ଥିର କରନ୍ତୁ କିଏ ମିଛ କହୁଛି ଭାଜପା ନା ରାହୁଲ।

Share