Categories: ଜାତୀୟ

ମିଛ ବିଇଡି ସାର୍ଟିଫିକେଟ୍‌ ଦେଇ ସରକାରୀ ଶିକ୍ଷକ ହୋଇଥିଲେ, ଏବେ ୨୦ ବର୍ଷର ଦରମା ଫେରେଇବେ

ଲକ୍ଷ୍ନୌ, ୧୦।୯: ନକଲି ବିଇଡି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିଲେ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୨୦ ବର୍ଷ ସରକାରୀ ଶିକ୍ଷକ ଭାବେ ରହିବା ପରେ ଏବେ ପୋଲିସ ହାତରେ ଧରାପଡିଛନ୍ତି ଭଣ୍ଡ ଶିକ୍ଷକ ନାରାୟଣ ଯାଦବ। ଉତ୍ତରପ୍ରଦେଶର ବଲିଆରେ ଏଭଳି ଘଟଣା ପର୍ଦ୍ଦାଫାଶ ହେବା ପରେ ଉକ୍ତ ବ୍ୟକ୍ତି ଜଣଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ସୂଚନାଯୋଗ୍ୟ, ନାରାୟଣ ମିଥ୍ୟା ବିଇଡି ସାର୍ଟିଫିକେଟରେ ଦେଇ ବଲିଆର ଏକ ପ୍ରାଇମେରୀ ସ୍କୁଲରେ ସରକାରୀ ଶିକ୍ଷକ ଭାବେ ଦୀର୍ଘ ୨୦ବର୍ଷ ହେବ କାର୍ଯ୍ୟ କରୁଥିଲେ। ନାରାୟଣଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆସିବା ପରେ ଶିକ୍ଷା ବିଭାଗ ଏନେଇ ଯାଞ୍ଚ୍‌ ଆରମ୍ଭ କରିଥିଲା। ପରେ ସତ୍ୟାସତ୍ୟ ଧରାପଡିଥିଲା। ଏବେ ନାରାୟଣଙ୍କ ଗିରଫ କରାଯିବା ସହ ଗତ ୨୦ବର୍ଷର ଦରମା ମଧ୍ୟ ଫେରାଇ ନିଆଯିବ ବୋଲି ଶିକ୍ଷା ଅଧିକାରୀ ସୁଭାଷ ଗୁପ୍ତା କହିଛନ୍ତି।

Share