ମିଛ ସୂଚନା ପୋଷ୍ଟ କରି ଅଡୁଆରେ ନାରୀନେତ୍ରୀ

ସମ୍ବଲପୁର,୧୫।୫ (ବ୍ୟୁରୋ): ସମ୍ବଲପୁରରେ କରୋନା ପଜିଟିଭି ଚିହ୍ନଟ ହୋଇଥିବା ମିଛ ସୂଚନା ଦେଇ ଏବେ ଜଣେ ମହିଳା ନେତ୍ରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ହେଲେ ଭାରତୀ ପଣ୍ଡା। ସେ ଏକ ଜାତୀୟ ଦଳର ସଦସ୍ୟା ଅଛନ୍ତି। ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ସେ ଏଭଳି ପୋଷ୍ଟ କରିବା ପରେ ପୋଲିସ ଦୃଷ୍ଟିକୁ ଆସିଛି। ତଦନ୍ତ କରି ପୋଲିସ ଭାରତୀଙ୍କ ନାମରେ ମାମଲା ରୁଜୁ କରିଛି । ହେଲେ ଏହି ଘଟଣାରେ ନିଜ ପ୍ରତିକ୍ରିୟ ଦେବା ପାଇଁ ଭାରତୀ ମନା କରି ଦେଇଛନ୍ତି। ଏହାର ତଦନ୍ତ ହେଲେ ସତ ସାମ୍‌ନାକୁ ଆସିବ ବୋଲି କହିଛନ୍ତି।

Share