Categories: ଗଞ୍ଜାମ

ମିଟର ରିଡର କର୍ମଚାରୀଙ୍କୁ ଅବହେଳା : ୧୫ ବର୍ଷ ପରେ ବି ମିଳୁନି ସର୍ବନିମ୍ନ ମଜୁରି

ବ୍ରହ୍ମପୁର ଅଫିସ, ୨୮ା୯-ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରି ପ୍ରଦାନ କରିବାକୁ ସାଉଥ୍‌କୋ ମିଟର ରିଡର ଶ୍ରମିକ ସଂଘ ବ୍ରହ୍ମପୁର ଶାଖା ପକ୍ଷରୁ ଦାବି କରାଯାଇଛି । ଏହି ଦାବି ନେଇ ସଂଘ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)ଙ୍କ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ବିକ୍ଷୋଭ କରାଯାଇଥିଲା। ପରେ ଆର୍‌ଡିସିଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସାଉଥ୍‌କୋର ବିଭିନ୍ନ ଠିକା ସଂସ୍ଥା ଅଧୀନରେ ଗଞ୍ଜାମ ସମେତ ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ ଆଦି ଜିଲାର ପ୍ରାୟ ୩୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ମିଟର ରିଡିଂ କାର୍ଯ୍ୟ କରୁଛନ୍ତି ା ହେଲେ କାର୍ଯ୍ୟ କରିବାର ୧୫ ବର୍ଷ ବିତିଥିଲେ ମଧ୍ୟ ସାଉଥ୍‌କୋ କର୍ତ୍ତୃପକ୍ଷ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରି ପ୍ରଦାନରେ ବିଳମ୍ବ କରୁଛନ୍ତି ା ଏହାର ସମାଧାନ କରିବା ପରିବର୍ତ୍ତେ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି)କୁ ମିଟର ରିଡିଂ କାର୍ଯ୍ୟ ହସ୍ତାନ୍ତର କରିବାକୁ ଠିକା ସଂସ୍ଥା ପକ୍ଷରୁ ଧମକ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ା ଏ ନେଇ ସାଉଥକୋ କର୍ତ୍ତୃପକ୍ଷଙ୍କୁ ବହୁବାର ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନି। ଏପରିକି ମିଟର ରିଡରଙ୍କୁ କୌଣସି ଠିକାସଂସ୍ଥା ଜରିଆରେ ସେମାନଙ୍କ ପ୍ରାପ୍ୟ ନ ଦେଇ ପ୍ରତ୍ୟକ୍ଷ ଭାବେ ଦେବାକୁ ଅଗଷ୍ଟ ୧୪ ତାରିଖରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ଚିଠି ନଂ ୨୩୫୦ରେ ଦର୍ଶାଇଛନ୍ତି ା ତଥାପି ସାଉଥକୋ କର୍ତ୍ତୃୃପକ୍ଷ ଠିକାସଂସ୍ଥା ଜରିଆରେ ମଜୁରି ଦେଉଥବା କର୍ମଚାରୀମାନେ କହିଛନ୍ତି ା ଦଶହରା ଛୁଟି ପୂର୍ବରୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ସମସ୍ତ ମିଟର ରିଡର କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦାବିପତ୍ରରେ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସମ୍ପାଦକ ବିଦ୍ୟାଧର ପାଢୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ା