ମିଟୂ: ତନୁଶ୍ରୀଙ୍କୁ ଝଟକା, ନାନାଙ୍କୁ କ୍ଲିନ୍‌ଚିଟ୍‌

ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଝଟକା ଲାଗିଛି। ଏନେଇ ପୋଲିସ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଫଳରେ ସେ ଦୋଷମୁକ୍ତ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ, ମୁମ୍ବାଇ ଓସିୱାରା ବୋଲିସ ଷ୍ଟେଶନରେ ଭେଟେରାନ ଆକ୍ଟର୍‌ ନାନା ପାଟେକରଙ୍କ ବିରୋଧରେ ତାଙ୍କ ସହ ଅସଦାଚରଣ ନେଇ ଏତଲା ଦେଇଥିଲେ। ମୁମ୍ବାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ୨୦୦୮ ମସିହାରେ ‘ହର୍ଣ୍ଣ ଓକେ ପ୍ଲିଜ’ ଫିଲ୍ମ ସୁଟିଂ ସେଟରେ ଅସଦାଚରଣ କରିଥିଲେ ନାନା ପାଟେକର। ଫିଲ୍ମର ଏକ ଗୀତ ସୁଟିଂ ବେଳେ ତାଙ୍କ ସହ ଅସଦାଚରଣ ହୋଇଥିବା ନେଇ ଆଗରୁ ବିଭିନ୍ନ ଗଣମାଧ୍ୟମରେ ତନୁଶ୍ରୀ ଅଭିଯୋଗ କରିଥିଲେ। ଗତ କିଛି ଦିନ ଧରି ଅସଦାଚରଣ ଅଭିଯୋଗକୁ ନେଇ ବିବାଦ ଘନେଇଥିଲା। ସେପଟେ ଏହି ଅଭିଯୋଗକୁ ବଲିଉଡର ଭେଟେରାନ ଅଭିନେତା ନାନା ପାଟେକର ଖଣ୍ଡନ କରିଥିଲେ। ଏଭିଳି ଭିତ୍ତିହୀନ ଅଭିଯୋଗ ଦ୍ୱାରା ତାଙ୍କର ସମ୍ମାନହାନି ହୋଇଥିବା ଦର୍ଶାଇ ତନୁଶ୍ରୀଙ୍କୁ ସେ ଲିଗାଲ ନୋଟିସ ପଠାଇଥିଲେ।

Share