ମିଠା ପଲଉ

ଆବଶ୍ୟକ ସାମଗ୍ରୀ

ଘିଅ ୩ଚାମଚ(ବଡ଼),ଦୁଇଟି ବଡ଼ ତେଜପତ୍ର,କଞ୍ଚାଲଙ୍କା୫-୬ଟି,କଳା ଅଳେଇଚ୨-୩ଟି,ଡାଳଚିନି ଦୁଇଖଣ୍ଡ, ଲବଙ୍ଗ ୭-୮ଟି, ଜାଇତ୍ରୀ-୧ଟି,କେସର ୩-୪ଖଣ୍ଡ,ଅଦା ଏକ ଚାମଚ, ବାସ୍‌ମତି ଚାଉଳ ଏକ କପ୍‌, କାଜୁ ୧୨-୧୬ଟି, କିସ୍‌ମିସ୍‌ ଏକଚତୁର୍ଥାଂଶ, ପିସ୍ତା ୧୨-୧୬ଟି, ଚିନି ଦୁଇ ବଡ଼ ଚାମଚ, ଲୁଣ ଆବଶ୍ୟକ ପରିମାଣର, ଜାଇଫଳ ଏକ ଛୋଟ ଚାମଚ, ହଳଦୀ ପାଉଡର୧-୨ଚାମଚ, ଗ୍ରୀନ୍‌ ମଟରଏକ କପ୍‌, ପାଣି ଦୁଇକପ୍‌।
ପ୍ରସ୍ତୁତି ପ୍ରଣାଳୀ
ମିଠା ପଲାଉ ପ୍ରସ୍ତୁତ କରିବାକୁ ହେଲେ ପ୍ରଥମେ ଏକ ବଡ଼ ପାତ୍ରରେ ଚାଉଳକୁ ଦଶମିନିଟ୍‌ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ। ଏହାପରେ ଏକ କଡ଼ାଇରେ ଘିଅ ଗରମ କରନ୍ତୁ। ସେଥିରେ ଗୋଟା ମସଲା ସବୁ ପକାଇ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ତାକୁ ପାତ୍ରରେ ରଖିଦିଅନ୍ତୁ। ଏବେ ଭିଜାଯାଇଥିବା ଚାଉଳକୁ ଛାଣି କଡ଼ାଇରେ କିଛି ସମୟ ପାଇଁ ଫ୍ରାଏ କରନ୍ତୁ। ଏହାପରେ ଏକ ଅଲଗା ପାତ୍ର ନେଇ ପାଣି ଗରମ କରନ୍ତୁ। ପାଣି ଫୁଟିଲା ବେଳକୁ ସେଥିରେ ଚାଉଳ ପକାନ୍ତୁ। ଏହା ହୋଇଗଲା ପରେ ପାଣି ସବୁକୁ ନିଗାଡ଼ି ଦିଅନ୍ତୁ। ଏବେ ସେଥିରେ ଚିନି, କେସର ଓ ମସଲା ସବୁ ପକାଇ ହାଲ୍‌କା ଆଞ୍ଚରେ ବସାନ୍ତୁ। ସେଥିରେ ଏବେ କାଜୁ, କିସ୍‌ମିସ୍‌, ପିସ୍ତାବାଦାମ ଆଦି ପକାଇ ୧୦ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମିଠା ପଲାଉ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri