#ମିଠୁ ମାମଲାରେ ଅନୁ ମଲିକଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୭।୧: ବଲିଉଡ୍‌ର ପପୁଲାର ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ ଇଣ୍ଡିଆନ ଆଇଡଲ୍‌-୧୧ର ପୂର୍ବତନ ଜଜ୍‌ ଅନୁ ମଲିକଙ୍କ ଉପରେ #ମିଠୁ ଜରିଆରେ ଯୌନ ନିର୍ଯ୍ୟାତନା ମାମଲା ଅଭିଯୋଗ ହୋଇଥିଲା। କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସମେତ ଅନ୍ୟ କେତେକ ମହିଳା ତାଙ୍କ ଉପରେ ଏହି ଅଭିଯୋଗ ଆଣିଥିଲେ। ତେବେ ଏହି ମାମଲାରେ ଶୁକ୍ରବାର ତାଙ୍କୁ ଆଶ୍ୱସ୍ତି ମିଳିଛି। ଅନୁଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ନ ମିଳିବାରୁ ଜାତୀୟ ମହିଳା କମିଶନର ଏହି ମାମଲାକୁ ଏବେ ବନ୍ଦ କରିଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଅନୁ ମଲିକ ଇଣ୍ଡିଆନ ଆଇଡଲ୍‌-୧୧ର ଜଜ୍‌ ରହିଥିଲେ। ହେଲେ ସୋନାଙ୍କ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ତାଙ୍କୁ ଶୋ’ରୁ ବାହାର କରିଦିଆଯାଇଥିଲା। ଆଉ ତାଙ୍କ ସ୍ଥାନରେ ହିମେଶ ରେସ୍‌ମିୟାଙ୍କୁ ଜଜ୍‌ କରାଯାଇଥିଲା। ଏନେଇ ଅନୁ ସଫେଇ ଦେବା ସହ କହିଥିଲେ, ମିଥ୍ୟା ଅଭିଯୋଗ ତାଙ୍କ ଉପରେ ଲଗାଯାଇଛି।

Share