Posted inଖେଳ

ମିଡ୍‌ଲସେକ୍ସ ଦଳକୁ ରେକର୍ଡ ବିଜୟ ଦେଲେ ମୋର୍ଗାନ

ନ୍ୟୁୟର୍କ,୩୧।୮: ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଚମତ୍କାର ଫର୍ମ ଜାରି ରଖିଛନ୍ତି। ତାଙ୍କର ବିସ୍ଫୋରକ ୮୩ ରନ୍‌ର ଇନିଂସ ଯୋଗୁ ମିଡ୍‌ଲସେକ୍ସ ରେକର୍ଡ ରନ୍‌ର ପିଛା କରି ସମରସେଟ୍‌ ହରାଇଛି। ପ୍ରଥମେ ବ୍ୟାଟିଂ କରି ସମରସେଟ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୨୨୬ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟକ ଟମ ଆବେଲ ୪୭ ବଲରୁ ୧୦୧ ରନ୍‌ର ବିସ୍ଫୋଟକ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସରେ ୧୩ ଚୌକା ଓ ୩ ଛକା ସାମିଲ ଥିଲା। ତାଙ୍କ ବ୍ୟତୀତ ଓପନର ଟମ ବାଣ୍ଟନ ୬୨ ଓ ଇଡଡ୍ବାର୍ଡ ବିରମ ୨୦ ବଲରୁ ୪୪ ରନ୍‌ କରିଥିଲେ। ବିଶାଳ ବିଜୟଲକ୍ଷ୍ୟର ପିଛା କରୁଥିବା ମିଡ୍‌ଲସେକ୍ସ ୧୦.୨ ଓଭରରେ ୧୨୮ ରନ୍‌ ମଧ୍ୟରେ ଡେଭିଡ ମଲାନ(୪୧), ପଲ ଷ୍ଟ୍ରଲିଂ(୨୫), ମହମ୍ମଦ ହାଫିଜ (୧୮) ଓ ଏବି ଡି’ଭିଲର୍ସ (୩୨) ଆଉଟ୍‌ ହୋଇସାରିଥିଲେ। ଏହାପରେ ମୋର୍ଗାନ ମାତ୍ର ୨୯ ବଲରୁ ୮ ଛକା ଓ ୫ ଚୌକା ସହାୟତାରେ ୮୩ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଜର୍ଜ ସ୍କଟଙ୍କ ସହ ମୋର୍ଗାନ ୪୦ ବଲରେ ୯୯ ରନ୍‌ର ଭାଗୀଦାରି କରି ଦଳକୁ ୧୭ ଓଭରରେ ମ୍ୟାଚ୍‌ ଜିତାଇ ଦେଇଥିଲେ। ଏହି ଅବସରରେ ମିଡ୍‌ଲସେକ୍ସ ଟି୨୦ ବ୍ଲାଷ୍ଟ ଟୁର୍ନାମେଣ୍ଟରେ ସବୁଠୁ ଅଧିକ ରନ୍‌ ପିଛା କରି ବିଜୟ ହାସଲ କରିବାର ଅଧିକାରୀ ହୋଇଛି। ଏଥିପୂର୍ବରୁ ସସଏକ୍ସ ୨୦୧୪ରେ ୨୨୬ ରନ୍‌ର ଟାର୍ଗେଟ ପିଛା କରି ମ୍ୟାଚ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ: ସନ୍ତାନର ନାଁ ରଖିଲେ…

ମୁମ୍ବାଇ,୧୬।୪: ଚକ ଦେ ଇଣ୍ଡିଆ ଅଭିନେତ୍ରୀ ସାଗରିକା ଘାଟଗେ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସୋର,୧୬।୪: ବାଲେଶ୍ୱର ଜିଲା ସୋର ନିକଟରେ ଏକ କୋଇଲା ବୋଝେଇ ଟ୍ରେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ସୋର ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ ଲଗିଥିବା ଦେଖିବାକୁ...

ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ

ଭବାନୀପାଟଣା,୧୬।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି(ଗାଇନିକ) ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର...

ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ 

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ...

Watch Video:ମ୍ୟାଚ୍‌ ବିଜୟ ପରେ ବି ଥରୁଥିଲେ ପଞ୍ଜାବ ମାଲିକାଣୀ: କୋଚ୍‌ଙ୍କୁ କହିଲେ, ମୋତେ ଦେଖ…

ଚଣ୍ଡିଗଡ,୧୬।୪: ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ...

ଏଣିକି ସ୍କୁଲରେ ମୋବାଇଲ୍‌ ମନା: ଜାଣନ୍ତୁ କ’ଣ ରହିଛି କାରଣ

ଡେନମାର୍କ,୧୬।୪: ପିଲାମାନଙ୍କ ଭବିଷ୍ୟତ ଏବଂ ମାନସିକ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି, ଡେନମାର୍କ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶର ସରକାର...

ନିର୍ବାଚନ ପୂର୍ବରୁ ସ୍ବାୟତ୍ତତା ଉଦ୍ୟମ: ଉଚ୍ଚସ୍ତରୀୟ କମିଟି ଗଢ଼ିଲେ ଷ୍ଟାଲିନ୍‌

ଚେନ୍ନାଇ,୧୬।୪:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି କେନ୍ଦ୍ର-ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ପି.ଭି. ରାଜମାନ୍ନାର କମିଟି ଗଠନ କରିଥିଲେ।...

ଭାରତର ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୫ ବିଚାରପତି

ନୂଆଦିଲ୍ଲୀ, ୧୬।୪ (ପି.ଟି.):ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୧୫ ଜଣ ବିଚାରପତି ରହିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ‘ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ ୨୦୨୫’ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image