Categories: ଖେଳ

ମିଡ୍‌ଲସେକ୍ସ ଦଳକୁ ରେକର୍ଡ ବିଜୟ ଦେଲେ ମୋର୍ଗାନ

ନ୍ୟୁୟର୍କ,୩୧।୮: ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଚମତ୍କାର ଫର୍ମ ଜାରି ରଖିଛନ୍ତି। ତାଙ୍କର ବିସ୍ଫୋରକ ୮୩ ରନ୍‌ର ଇନିଂସ ଯୋଗୁ ମିଡ୍‌ଲସେକ୍ସ ରେକର୍ଡ ରନ୍‌ର ପିଛା କରି ସମରସେଟ୍‌ ହରାଇଛି। ପ୍ରଥମେ ବ୍ୟାଟିଂ କରି ସମରସେଟ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୨୨୬ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟକ ଟମ ଆବେଲ ୪୭ ବଲରୁ ୧୦୧ ରନ୍‌ର ବିସ୍ଫୋଟକ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସରେ ୧୩ ଚୌକା ଓ ୩ ଛକା ସାମିଲ ଥିଲା। ତାଙ୍କ ବ୍ୟତୀତ ଓପନର ଟମ ବାଣ୍ଟନ ୬୨ ଓ ଇଡଡ୍ବାର୍ଡ ବିରମ ୨୦ ବଲରୁ ୪୪ ରନ୍‌ କରିଥିଲେ। ବିଶାଳ ବିଜୟଲକ୍ଷ୍ୟର ପିଛା କରୁଥିବା ମିଡ୍‌ଲସେକ୍ସ ୧୦.୨ ଓଭରରେ ୧୨୮ ରନ୍‌ ମଧ୍ୟରେ ଡେଭିଡ ମଲାନ(୪୧), ପଲ ଷ୍ଟ୍ରଲିଂ(୨୫), ମହମ୍ମଦ ହାଫିଜ (୧୮) ଓ ଏବି ଡି’ଭିଲର୍ସ (୩୨) ଆଉଟ୍‌ ହୋଇସାରିଥିଲେ। ଏହାପରେ ମୋର୍ଗାନ ମାତ୍ର ୨୯ ବଲରୁ ୮ ଛକା ଓ ୫ ଚୌକା ସହାୟତାରେ ୮୩ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଜର୍ଜ ସ୍କଟଙ୍କ ସହ ମୋର୍ଗାନ ୪୦ ବଲରେ ୯୯ ରନ୍‌ର ଭାଗୀଦାରି କରି ଦଳକୁ ୧୭ ଓଭରରେ ମ୍ୟାଚ୍‌ ଜିତାଇ ଦେଇଥିଲେ। ଏହି ଅବସରରେ ମିଡ୍‌ଲସେକ୍ସ ଟି୨୦ ବ୍ଲାଷ୍ଟ ଟୁର୍ନାମେଣ୍ଟରେ ସବୁଠୁ ଅଧିକ ରନ୍‌ ପିଛା କରି ବିଜୟ ହାସଲ କରିବାର ଅଧିକାରୀ ହୋଇଛି। ଏଥିପୂର୍ବରୁ ସସଏକ୍ସ ୨୦୧୪ରେ ୨୨୬ ରନ୍‌ର ଟାର୍ଗେଟ ପିଛା କରି ମ୍ୟାଚ୍‌ ଜିତିଥିଲା।

Share