ମିତାଲି ରାଜଙ୍କ ବାୟୋପିକ୍‌ରେ ନଜର ଆସିବେ ତାପସି

ମୁମ୍ବାଇ: ଖେଳ ଦୁନିଆର କେତେଜଣ ବ୍ୟକ୍ତିତ୍ୱଙ୍କୁ ନେଇ ତିଆରି ହେଉଛି ଗୋଟିଏ ପରେ ଗୋଟିଏ ବାୟୋପିକ୍‌। ଏବେ ଭାରତୀୟ ମହିଳା କ୍ରିକେଟର କ୍ୟାପଟେନ୍‌ ମିତାଲି ରାଜଙ୍କ ବାୟୋପିକ୍‌ ନିର୍ମାଣ ହେବାକୁ ଯାଉଛି। ଆଉ ଏଥିରେ ନଜର ଆସିବେ ବଲିଉଡ୍‌ ବିୟୁଟି ତାପସି ପନ୍ନୁ। ମିତାଲିଙ୍କ ୩୭ ତମ ଜନ୍ମଦିନରେ ଏହି ଘୋଷଣା କରାଯାଇଥିବା ଜଣାପଡିଛି। ରାହୁଲ ଢୋଲକିୟା ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମର ଟାଇଟଲ ରହିଛି ‘ସାବାସ ମିଥୁ’। ଏପର୍ଯ୍ୟନ୍ତ ଏହାର ରିଲଜ୍‌ ଡେଟ୍‌ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ମିତାଲି ମାତ୍ର ୧୭ ବର୍ଷ ବୟସରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ପ୍ରଥମରୁ ହିଁ ୧୧୪ ରନ୍‌ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଭାରତୀୟ ମହିଳା କ୍ରିକେଟରେ ୨୦ ବର୍ଷ ପୂରଣ କରିଥିବା ମିତାଲି ପ୍ରଥମ କ୍ରିକେଟର।