ମିଥ୍ୟା ବିଜ୍ଞାପନ ଦ୍ୱାରା ଠକିଲେ ହେବ ୨ ବର୍ଷ ଜେଲ; ଖାଉଟି ସୁରକ୍ଷା ବିଲ୍‌ ଲୋକ ସଭାରେ ପାସ୍‌

ନୂଆଦିଲ୍ଲୀ,୩୧-୭: ଖାଉଟି ସୁରକ୍ଷା ବିଲ୍‌ ମଙ୍ଗଳବାର ଲୋକସଭାରେ ପାସ୍‌ ହୋଇଛି। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଦିଗରେ ଏହି ବିଲ୍‌ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଲ୍‌ କାର୍ଯ୍ୟକାରୀ ହେଲେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ଗଠନ ହେବ। ବର୍ତ୍ତମାନ ବିଲ୍‌ରେ ଏଭଳି ନିୟାମକ ଗଠନ ନେଇ କୌଣସି ସୁବିଧା ନାହିଁ। ନୂଆ ଆଇନ କାର୍ଯ୍ୟକାରୀ ହେଲେ ଗ୍ରାହକ କୌଣସି ଅସୁବିଧା ସାମ୍ନା କଲେ ଏହାର ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହେବ। ବିଭ୍ରାନ୍ତିକର କିମ୍ବା ମିଥ୍ୟା ବିଜ୍ଞାପନ ଲାଗି ଉତ୍ପାଦନକାରୀ ଏବଂ ପ୍ରୋତ୍ସାହନକାରୀଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା, ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର କ୍ଷମତା କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ଗ୍ରାହକଙ୍କ ଅଭିଯୋଗ ଉପରେ ଉକ୍ତ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଲ୍‌ରେ ପ୍ରସ୍ତାବ ରହିଛି। କର୍ତ୍ତୃପକ୍ଷ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ଷମ ହେବେ ବୋଲି କେନ୍ଦ୍ର ଖାଦ୍ୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ସୂଚନା ଦେଇଛନ୍ତି।
ପୂର୍ବରୁ ଗ୍ରାହକ ହଇରାଣ ହେଲେ ଅଭିଯୋଗ ସମାଧାନ ଲାଗି ଅନେକ ଦିନ ଅପେକ୍ଷା କରିବାକୁ ପଡୁଥିଲା। ଏଭଳି ପ୍ରସଙ୍ଗର ଗୁରୁତ୍ୱକୁ ବିଚାର କରି ସରକାର ଉକ୍ତ ବିଲ୍‌କୁ ମଞ୍ଜୁରି ଦେଇଥିବା ପାଶ୍ୱାନ କହିଛନ୍ତି। ଅଭିଯୋଗ ସମାଧାନ ଧାରା କିଭଳି ତ୍ୱରିତ ହୋଇ ପାରିବ ବିଲ୍‌ରେ ସେ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ଏହା ଉପଭୋକ୍ତାଙ୍କ ଅଧିକାରକୁ ପ୍ରୋତ୍ସାହିତ,ସୁରକ୍ଷିତ ଏବଂ କଡାକଡି ପାଳନ କରିବାରେ ସହାୟକ ହେବ। କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଉପଭୋକ୍ତା ଅଭିଯୋଗର ତଦନ୍ତ, ପୁନଃ ଆହ୍ବାନ, କ୍ଷତିପୂରଣ, ଜରିମାନା ଲାଗୁ କରିବାର ବ୍ୟବସ୍ଥା ବିଲ୍‌ରେ କରାଯାଇଛି। ଉପଭୋକ୍ତା ଅଧିକାର ଉଲ୍ଲଘଂନ, ଅସ୍ବଚ୍ଛ ବାଣିଜ୍ୟ କାରବାର, ବିଭ୍ରାନ୍ତିକର ବିଜ୍ଞାପନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଉପଭୋକ୍ତା ଅଧିକାରକୁ ସୁନିଶ୍ଚତ କରିବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଏଥିରେ ଉଲ୍ଲେଖ ରହିଛି।
ଜୁଲାଇ ୮ରେ ଏହି ବିଲ୍‌କୁ ଲୋକସଭାରେ ଆଗତ କରାଯାଇଥିଲା। ନୂଆ ବିଲ୍‌ ଆଇନରେ ପରିଣତ ହେଲେ ଖାଉଟି ସୁରକ୍ଷା ଆଇନ ୧୯୮୬ ବାଦ୍‌ ପଡିବ। ବିଧେୟକରେ ଖାଉଟି ବିବାଦ ସମାଧାନ କମିଶନ ଗଠନ ନେଇ ପ୍ରସ୍ତାବ ରହିଛି। ସେହିଭଳି ଅଭିଯୋଗ ବିଚାର ଲାଗି ଜାତୀୟ, ରାଜ୍ୟ ଏବଂ ଜିଲା ସ୍ତରରେ ଫୋରମ୍‌ ସ୍ଥାପନ ନେଇ ନିଷ୍ପତ୍ତି ହୋଇଛି। ଖାଉଟି ସୁରକ୍ଷା ବିଲ୍‌ ଲୋକସଭାରେ ପ୍ରଥମେ ଜାନୁୟାରୀ ୨୦୧୮ରେ ଆଗତ ହୋଇଥିଲା। ସେହିବର୍ଷ ଡିସେମ୍ବରରେ ଏହା ପାସ୍‌ ହୋଇଥିଲା। ମାତ୍ର ରାଜ୍ୟରେ ଏହା ପାସ୍‌ ହୋଇ ନ ହୋଇ ରହିଥିଲା। ପରେ ଲୋକସଭାର କାର୍ଯ୍ୟକାଳ ଶେଷ ହେବା ଯୋଗୁ ଏହି ଧାରା ଆଗକୁ ବଢି ପାରି ନ ଥିଲେ। ସରକାର ନୂଆ କରି ଏହି ବିଲ୍‌କୁ ସଂଦସରେ ଉପସ୍ଥାପନ କରିଛନ୍ତି। ଯାହାକୁ ମଙ୍ଗଳବାର ଲୋକସଭାର ମଞ୍ଜୁରୀ ମିଳିଛି।
ବିଲ୍‌ରେ ଅନ୍ୟ ପ୍ରମୁଖ ବୈଶିଷ୍ଟ୍ୟ
– ପ୍ରଡକ୍ଟ ଲାୟାବିଲିଟି
– କାର୍ଯ୍ୟାନୁଷ୍ଠାନ
– ଚଢାଉ, ଜବତ ଲାଗି ମହାନିର୍ଦ୍ଦେଶକଙ୍କୁ କ୍ଷମତା
– ଗୋଷ୍ଠୀଗତ ଅଭିଯୋଗ କ୍ଷେତ୍ରରେ ଜିଲାପାଳ ହସ୍ତକ୍ଷେପ କରିପାରିବେ
– ଖରାପ ପ୍ରଡକ୍ଟ ପ୍ରତ୍ୟାହାର ହୋଇ ପାରିବ
– ଅଭିଯୋଗ ଦାୟର ଲାଗି ସିସିପିଏକୁ ଅଧିକ କ୍ଷମତା
– ସେଲିବ୍ରିଟି ବିଜ୍ଞାପନ ଉପରେ ଲାୟାବିଲିଟି
– ଇ-କମର୍ସ ,ପ୍ରତ୍ୟକ୍ଷ ବିକ୍ରି, ଟେଲି ମାର୍କେଟିଂ ବିଚାର ପରିସରଭୁକ୍ତ


Enter your email to get our daily news in your inbox.

All Right Reserved By Dharitri.Com

ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ହେବ ଲାଇସେନ୍ସ ରଦ୍ଦ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ୫୦ ପ୍ରତିଶତ ଲୋକ ଲଘୁବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ା...

ବସିବାକୁ କେନ୍ଦ୍ର କରି ହଟ୍ଟଗୋଳ: ବିକଶିତ ଗାଁ ବିକଶିତ ଓଡ଼ିଶା ବୈଠକ ବନ୍ଦ

କାଳିପଦା,୨୫।୪(ରାଜଶ୍ରୀ ପାଣିଗ୍ରାହୀ)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ବିକଶିତ ଗାଁ ବିକାଶିତ ଓଡ଼ିଶା କାର୍ଯ୍ୟକ୍ରମ ଲାଗି ବୈଠକ ଆୟୋଜନ କରାଯାଇଥିଲା।...

ପହଲଗାମ ଆଟାକ୍‌ବେଳେ ସେଠାରେ କାହିଁକି ନ ଥିଲେ ସେନା? ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ,୨୫।୪: କେନ୍ଦ୍ର ସରକାର ଜମ୍ମୁ ଏବଂ କଶ୍ମୀରର ପହଲଗାମର ବୈସାରନ ଘାଟିରେ ମଙ୍ଗଳବାର (୨୨ ଏପ୍ରିଲ) ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦିଲ୍ଲୀରେ ଏକ ସର୍ବଦଳୀୟ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ୫ ମାସ ୨୦ ଦିନରେ ଚୂଡ଼ାନ୍ତ...

ଭାରତର ଏହି ବନ୍ଧୁ ରାଷ୍ଟ୍ର ପାକିସ୍ତାନକୁ ଦେଲା ପାନେ, ଟେଶନରେ ପାକ୍‌

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଆମେରିକା, ଋଷିଆ ସମେତ ବିଶ୍ୱର ଅଧିକାଂଶ ଦେଶ ଏହି...

୧୯୭୧ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ହଜାର ହଜାର କଣ୍ଡୋମ ଅର୍ଡର କରିଥିଲା ଭାରତୀୟ ସେନା, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୫।୪: ଆମେ ସମସ୍ତେ ଭାରତୀୟ ସଶସ୍ତ୍ର ବାହିନୀକୁ ପରିଭାଷିତ କରୁଥିବା ସାହସିକତା ଏବଂ ସାହସର ଅନେକ କାହାଣୀ ଶୁଣିଛୁ। ଇତିହାସର ପେଡ଼ିରେ ସାଇତା ସେସବୁ କାହାଣୀ...

ଡାକ୍ତର ଦାମୀ ମେଡିସିନ ଲେଖିବା କୌଣସି ଅପରାଧ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ,୨୫।୪: ଡାକ୍ତର ଦାମୀ ମେଡ଼ିସିନ ଲେଖିବା କୌଣସି ଅପରାଧ ନୁହେଁ। ଏସବୁ କଲେ ଡାକ୍ତରଙ୍କ ବରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ ନାହିଁ। ଏପରି ଗୁରୁତ୍ୱପୂର୍ଣ୍ଣ...

ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖିଲେ ବିଧାୟକ

ଖଡ଼ିଆଳ,୨୫ା୪(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଦୀର୍ଘବର୍ଷ ହେଲା ଟ୍ରାଫିକ ସମସ୍ୟା ଦେଖା ଦେଇଆସୁଛି। ଏଥିଯୋଗୁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image