ରୋବଟ୍ର ଚାହିଦା ଦିନକୁ ଦିନ ବଢ଼ିଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିବାର ନଜିର ମଧ୍ୟ ରହିଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ ଏକ କ୍ଷୁଦ୍ର ରୋବଟ୍ ପ୍ରସ୍ତୁତ କରିଛନ୍ତି। ଏହା କାନ୍ଥ ଉପରେ ଚଢ଼ି ତାହାକୁ ସଫା କରିପାରିବ। ଉକ୍ତ ହାଇଟେକ୍ ରୋବଟ୍ର ଶରୀର ‘ଇଲେକ୍ଟ୍ରୋ ସ୍କିନ୍’ରେ ପ୍ରସ୍ତୁତ କରାଯାଇଛି। ଖାସ୍ କଥା ହେଲା କାନ୍ଥ ଉପରେ ଚଢ଼ି ସଫା କରିବା ସମୟରେ ଏହା ନିଜ ଶରୀରକୁ ଅତି ସହଜରେ ସଙ୍କୁଚିତ ଏବଂ ପ୍ରସାରିତ କରିପାରିବ। ପରୀକ୍ଷାମୂଳକ ଭାବେ ଏହି ମିନି ରୋବଟ୍ରୁ ସଫଳତା ମିଳିବା ପରେ ତାହାକୁ କିପରି ଆହୁରି କାର୍ଯ୍ୟଦକ୍ଷ କରାଯାଇପାରିବ ସେନେଇ ଚେଷ୍ଟା ଜାରି ରହିଛି।