Categories: ଜାତୀୟ

ମିରଟ ଏସ୍‌ପିଙ୍କୁ ସମର୍ଥନ କଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୯।୧୨: ସିଏଏ ହିଂସା ସମୟର ଭାଇରାଲ ହୋଇଥିବା ମିରଟ ସିଟି ଏସ୍‌ପି ଅଖିଳେଶ ନାରାୟଣଙ୍କ ଏକ ଭିଡ଼ିଓକୁ ନେଇ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମୁହଁ ଖୋଲିଛନ୍ତି। ମୌର୍ଯ୍ୟ କହିଛନ୍ତି ପ୍ରଦର୍ଶନକାରୀଙ୍କୁ କୁହାଯାଇଥିବା କଥା କିଛି ଭୁଲ୍‌ ନୁହେଁ। ହିଂସାକାଣ୍ଡରେ ଲିପ୍ତ ଥିବା ପ୍ରଦର୍ଶନକାରୀଙ୍କ ପାଇଁ ଏହା ଠିକ୍‌। ସୂଚନାଯୋଗ୍ୟ, ପ୍ରଦର୍ଶନକାରୀମାନେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌ ଦେବା ସହିତ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ଏସ୍‌ପି ଏପରି କହିଥିଲେ। ତେବେ ପରବର୍ତ୍ତୀ ସମୟରେ ଏସ୍‌ପିଙ୍କ ମନ୍ତବ୍ୟ ନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସମାଲୋଚନା କରାଯାଇଥିଲା।

Share