Categories: ଜାତୀୟ

ମିଲିନ୍ଦ ଦେଓରାଙ୍କ ଇସ୍ତଫା ପରେ କର୍ମୀଙ୍କ ଉପରେ ଦୋଷ ଲଦିଲେ କଂଗ୍ରେସ ନେତ୍ରୀ ଉର୍ମିଳା

ମୁମ୍ବାଇ,୯।୭: ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ଇସ୍ତଫା ଦେବା ପରେ ଦଳରେ ସଙ୍କଟ ବଢିବାରେ ଲାଗିଛି। ଏବେ ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକର ଏକ ଚିଠି ଲେଖି କଂଗ୍ରେସକର୍ମୀଙ୍କୁ ଦୋଷାରୋପ କରିଛନ୍ତି। ଉର୍ମିଳା ଏକ ଲମ୍ବା ଚିଠି ମାଧ୍ୟମରେ ମିଲିନ୍ଦଙ୍କୁ ଜଣାଇଛନ୍ତି କି ଲୋକ ସଭା ନିର୍ବାଚନ ସମୟରେ ଦଳୀୟ କର୍ମୀମାନେ ସହଯୋଗ ନ କରିବା, ଦୁର୍ବଳ ଯୋଜନା ପ୍ରସ୍ତୁତ କରିବା, ପ୍ରଚାର ସମୟରେ ମଧ୍ୟ ସହଯୋଗ ନ ମିଳିବା, ଏଥିପାଇଁ ନିୟୋଜିତ ଥିବା ଚିଫ୍‌ କୋଅର୍ଡିନେଟର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଦଳ ହାରିବାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ଉର୍ମିଳା କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ହାରି ଯାଇଥିଲେ। ତେବେ ସର୍ବମୋଟ ଦଳ ହାରିବାକୁ ନେଇ ସେ ଏବେ ଦଳୀୟ କର୍ମୀଙ୍କ ଉପରେ ଦୋଷ ଲଦିଛନ୍ତି।

Share