ମିଲିନ୍ଦ ସୋମେନଙ୍କୁ ‘ପାପାଜୀ’ କହି ଡାକୁଛନ୍ତି ସ୍ତ୍ରୀ ଅଙ୍କିତା

ଅଭିନେତା ତଥା ମଡେଲ ମିଲିନ୍ଦ ସୋମେନ୍‌ ଏବେ ପୁଣି ଚର୍ଚ୍ଚାରେ। ଏବେ ସେ ନିଜ ଫିଟନେସ୍‌ ପାଇଁ ନୁହେଁ, ସ୍ତ୍ରୀ ଅଙ୍କିତା କୁଅଁରଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ୨୦୧୮ରେ ୫୩ ବର୍ଷୀୟ ମିଲିନ୍ଦ ୨୮ ବର୍ଷିୟା ଅଙ୍କିତାଙ୍କୁ ବିବାହ କରିଥିଲେ। ଏନେଇ ତାଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ ହେବାକୁ ପଡିଥିଲା। ନିକଟରେ ସେ ଅଙ୍କିତାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଛାଡିବା ପରେ ଜଣେ ଯୁଜର୍ସ କହିଥିଲେ,ଅଙ୍କିତା ମିଲିନ୍ଦଙ୍କୁ ’ପାପାଜୀ’ କହି ଡାକିବା ଉଚିତ୍‌। ଏହାର ଜବାବରେ ମିଲିନ୍ଦ କହିଥିଲେ, ମୋ ସ୍ତ୍ରୀ ମୋତେ ବେଳେବେଳେ ‘ପାପାଜୀ’ କହି ଡାକନ୍ତି। ଅଙ୍କିତାଙ୍କୁ ବିବାହ କରିବା ପରେ ମୋ ମା’ ବୟସରେ ମୋଠାରୁ ଯେତିକି ବଡ, ଅଙ୍କିତା ମଧ୍ୟ ସେତିକି ବଡ ବୋଲି ମିଲିନ୍ଦ ସ୍ବୀକାର ମଧ୍ୟ କରିଥିଲେ।

Share