ମିଲ୍କ କେକ୍‌

ଆବଶ୍ୟକ ସାମଗ୍ରୀ: ୮ କପ୍‌ କ୍ଷୀର, ୨ ବଡ଼ ଚାମଚ ଚିନି, ଏକ ବଡ଼ ଚାମଚ ଲେମ୍ବୁରସ, ଏକ ଛୋଟ ଚାମଚ ଗୁଜୁରାତି ପାଉଡର।
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ। ଏହାକୁ ମଝିରେ ମଝିରେ ଘାଣ୍ଟନ୍ତୁ। ଏହା ଫୁଟି ଫୁଟି ୧/୩ ଭାଗ ହୋଇଯିବା ପରେ ଆଞ୍ଚ କମ୍‌ କରି ଦିଅନ୍ତୁ। ଲେମ୍ବୁ ରସରେ ଅଧା ଚିନି ମିଶାଇ ଏହାକୁ କ୍ଷୀରରେ ଢାଳନ୍ତୁ ଏବଂ ୨-୩ ମିନିଟ୍‌ କ୍ଷୀରକୁ ଗୋଳାନ୍ତୁ। ଏହା ପୂର୍ବାପେକ୍ଷା ଗାଢ ଲାଗିଲେ ଏଥିରେ ବାକି ଅଧା ଚିନି ମିଶାଇ ଘାଣ୍ଟନ୍ତୁ। ମିଶ୍ରଣ ବହଳିଆ ଲାଗିଲେ ସେଥିରେ ଗୁଜୁରାତି ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ଚୁଲି ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ଏକ ପ୍ଲେଟ୍‌ରେ ଘିଅ ଲଗାଇ ଏହି ମିଶ୍ରଣକୁ ପକାଇ ସମାନ ଭାବେ ସେଟ୍‌ କରିଦିଅନ୍ତୁ। କିଛି ସମୟ ସେହିପରି ଛାଡିବା ପରେ ତାହା ସେଟ୍‌ ହୋଇଗଲେ ମନପସନ୍ଦ ଆକାରରେ କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମିଲ୍କ କେକ୍‌, ଏହାକୁ ଖାଇବାର ମଜା ନିଅନ୍ତୁ।