ମିଳିପାରେ ସ୍ବାଧୀନତା: କ୍ଷୀର ମୂଲ୍ୟ ନିର୍ଦ୍ଧାରଣ କରିବ ଓମ୍‌ଫେଡ୍‌

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ବର୍ତ୍ତମାନ ବଜାରରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍‌ଫେଡ୍‌)ର ବିଭିନ୍ନ ସାମଗ୍ରୀର ସ୍ବତନ୍ତ୍ର ଚାହିଦା ରହିଛି। ହେଲେ ଏବେ ପ୍ରତିଯୋଗିତା ଓ ଖର୍ଚ୍ଚ ବଢ଼ି ଚାଲିଥିବାରୁ ଓମ୍‌ଫେଡ୍‌ ତା’ର ସ୍ଥିତିକୁ କିପରି ଦୃଢ଼ ରଖିବ ସେଥିପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି। ତେଣୁ ସର୍ବାଧିକ ବିକ୍ରି ହେଉଥିବା କ୍ଷୀରର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଓମ୍‌ଫେଡ୍‌କୁ ସ୍ବାଧୀନତା ପ୍ରଦାନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ମିଳିଥିବା ସୂଚନାନୁସାରେ, ରାଜ୍ୟରେ ଏବେ ବିଭିନ୍ନ କମ୍ପାନୀର କ୍ଷୀର ଉପଲବ୍ଧ ରହୁଛି। ସେମାନେ ବଜାରର ଆବଶ୍ୟକତାକୁ ନଜର ରଖି ଓ ପ୍ରତିଦ୍ୱନ୍ଦିତା କରି ଦର ବୃଦ୍ଧି କରିବାରେ ଲାଗିଛନ୍ତି। କିନ୍ତୁ ଓମ୍‌ଫେଡ୍‌ ଦର କମ୍‌ ରହିବାରୁ ଦୁଗ୍ଧ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ଓମ୍‌ଫେଡ୍‌କୁ କ୍ଷୀର ମୂଲ୍ୟ ନିର୍ଣ୍ଣୟ ଦାୟିତ୍ୱ ଦେବାକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଷ୍ଟାଣ୍ଡିଂ କମିଟି ପକ୍ଷରୁ ସୁପାରିସ କରାଯାଇଛି।

Share