ମିଳିଲା ଦଣ୍ଡ: ବଦଳିଲେ ଥାନାଧିକାରୀ, ତଦନ୍ତ ଅଧିକାରୀ ନିଲମ୍ବିତ: ଧରିତ୍ରୀକୁ ଧନ୍ୟବାଦ ଦେଲେ ଦୃଷ୍ଟିହୀନ ଦମ୍ପତିି

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ପୋଲିସର ନିଷ୍କ୍ରିୟତା ଯୋଗୁ ନୟାଗଡ଼ର ଏକ ଦୃଷ୍ଟିହୀନ ଦମ୍ପତି ଦୀର୍ଘଦିନ ହେଲା ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଘଟଣାର ତଦନ୍ତକାରୀ ଅଧିକାରୀ ଶରତ ଚନ୍ଦ୍ର ମିଶ୍ରଙ୍କୁ ନିଲମ୍ବନ କରିଥିବାବେଳେ ଓଡଗାଁ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବୁଧବାର ଏହି ଦୃଷ୍ଟିହୀନ ଦମ୍ପତିି ଧରିତ୍ରୀ କାର୍ଯ୍ୟାଳୟରେ ପହଞ୍ଚତ୍ ଧନ୍ୟବାଦ ଦେଇଛନ୍ତି।
ନ୍ୟାୟ ପାଇବା ପାଇଁ ଘୂରି ବୁଲୁଥିବା ଏହି ଦୃଷ୍ଟିହୀନ ଦମ୍ପତି ହେଲେ ନୟାଗଡ଼ ଜିଲା ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଧୀନ ସେନ୍ତେରୀ ଗ୍ରାମର ବଂଶୀଧର ପ୍ରଧାନ ଓ ତାଙ୍କ ସ୍ତ୍ରୀ ଦୃଷ୍ଟିହୀନ। ଏମାନେ ଗାଁରୁ ଆସି ୩ ପିଲାଙ୍କ ସହ ଭୁବନେଶ୍ୱର ସତ୍ୟନଗରରେ ରହି ମାର୍କେଟ ବିଲ୍ଡିଂ ନିକଟ ରାସ୍ତାକଡ଼ରେ ଖେଳନା ବିକି ଗୁଜୁରାଣ ମେଣ୍ଟାନ୍ତି। ପାରିବାରିକ କଳହକୁ ନେଇ ଗତ ଜୁନ ୧୩ରେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଫାଣ୍ଡି, ଥାନାଠାରୁ ଆରମ୍ଭ କରି ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆରସି), ଏସ୍‌ପି ଏବଂ ଡିଜିପିଙ୍କ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ। ଗତ ୩୦ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜ ଦୁଃଖ ପ୍ରକାଶ କରିଥିଲେ। ନ୍ୟାୟ ପାଇଁ ସେମାନଙ୍କ ଲଢ଼େଇକୁ ନେଇ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା। ଏସ୍‌ପି ଶତପଥୀ ଉକ୍ତ ଦୁଇ ପୋଲିସ ଅଧିକାରୀଙ୍କୁ ଉଚିତ୍‌ ଶାସ୍ତି ଦେଇଥିବା ସେମାନେ କହିବା ସହ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି।

Share