Categories: ଜାତୀୟ

ମିଳିଲା ବାୟୁସେନା ବିମାନ ଏଏନ୍‌-୩୨ର କିଛି ଭଗ୍ନାବଶେଷ

ଇଟାନଗର,୧୧।୬: ନିଖୋଜ ଥିବା ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ର କିଛି ଅଂଶ ଅରୁଣାଞ୍ଚଳ ପ୍ରଦେଶର ୧୬ କିଲୋମିଟର ଉତ୍ତରରେ ଥିବା ଲିପୋରେ ମିଳିଥିବା ସୂଚନା ମିଳିଛି। ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ହେଲିକେପ୍ଟର ସାହାଯ୍ୟରେ ଏହାର ସନ୍ଧାନ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜୁନ ୩ରେ ଜୋରହାଟ ବିମାନବନ୍ଦରରୁ ଉଡିବାର କିଛି ସମୟ ମଧ୍ୟରେ ବିମାନଟି ନିଖୋଜ ହୋଇଯାଇଥିଲା। ଏଥିରେ ୧୩ଜଣ ଯାତ୍ରୀ ରହିଥିଲେ। ତେବେ ମିଳିଥିବା ଭଗ୍ନାଂଶଟି ଏଏନ୍‌-୩୨ର କି ନୁହେଁ ସେନେଇ ଏବେ ସ୍ପଷ୍ଟ ହୋଇନାହିଁ। ବିମାନର ଅନ୍ୟ ଅଂଶ ଗୁଡିକୁ ଖୋଜିବା ପାଇଁ ସିଆଙ୍ଗ ଜିଲାର ଗେଟ ଗାଁରେ ଏଏମ୍‌ଆଇ-୧୭ ହେଲିକେପ୍ଟର ଏବେ ବି ସର୍ଚ୍ଚ ଅପରେଶନ୍‌ ଜାରି ରଖିଛି।

Share