ମିଳିଲା ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ…

ପାକିସ୍ତାନର ଖୈବର ପଖସ୍ତୁନଖ୍ବା ଅଞ୍ଚଳରୁ ଏକ ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ ମିଳିଛି। ପାକିସ୍ତାନ ଏବଂ ଇଟାଲୀର ପ୍ରତ୍ନତତ୍ତ୍ୱବିତ୍‌ମାନେ ସ୍ବାତ୍‌ ଜିଲାର ବାରିକୋଟ୍‌ରେ ଥିବା ଏହି ଐତିହାସିକ ସ୍ଥାନରେ ମିଳିତ ଭାବେ ଖନନ କରୁଛନ୍ତି। ଏଠାରୁ ମନ୍ଦିରର ଭଗ୍ନାବଶେଷ, ମାଟି ପାତ୍ର, ମୁଦ୍ରା ଆଦି ମିଳିଛି। ଗ୍ରୀକ୍‌ ବୀର ସିକନ୍ଦର(ଆଲେକ୍ସଜାଣ୍ଡାର) ଖ୍ରୀଷ୍ଟପୂର୍ବ ୩୨୬ରେ ଏଠାକୁ ଆସିଥିବା କୁହାଯାଉଛି। ସେ ବେଜିରା ନାମକ ଏହି ସହରରେ କେତେକ ଦୁର୍ଗ ନିର୍ମାଣ କରିଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି। ସିକନ୍ଦରଙ୍କ ଆକ୍ରମଣ ପୂର୍ବରୁ ଏଠାରେ ଇଣ୍ଡୋ-ଗ୍ରୀକ୍‌, ବୌଦ୍ଧ ଏବଂ ହିନ୍ଦୁମାନେ ବସବାସ କରୁଥିବାର ଅନୁମାନ କରାଯାଉଛି। ୫ ହଜାର ବର୍ଷ ତଳେ ଏଠାରେ ଲୋକେ ବସବାସ କରିବା ଆରମ୍ଭ କରିଥିଲେ ବୋଲି ଗବେଷକ କହିଛନ୍ତି।

Share