Posted inରାଜ୍ୟ

ମିଳୁନି ଉଚିତ୍‌ ପାରିଶ୍ରମିକ :ବେଉସା ଛାଡ଼ିବେ ଜରିମେଢ଼ କାରିଗର

ଚୌଦ୍ୱାର, ୧୬ା୯(ଡି.ଏନ୍‌.ଏ.)-ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଥିବା ପାର୍ବଣ ଋତୁ କାର୍ତ୍ତିକ ପୂର୍ଣ୍ଣମୀରେ ଶେଷ ହୋଇଥାଏ। ପୂଜା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମେଢ ପ୍ରତିଯୋଗିତା ଆରମ୍ଭ ହୋଇଛି। ଦିନକୁ ଦିନ ଚାନ୍ଦିମେଢ଼ର ଚାହିଦା ବଢ଼ୁଥିବାବେଳେ ଜରିମେଢର ଆବଶ୍ୟକତା ମଧ୍ୟ କମିନାହିଁ। କଟକ ଜିଲା ଚୌଦ୍ୱାର ଅଞ୍ଚଳର ଜେନିପୁର, ଚଷାପଡ଼ା, ପାଇକରାପୁର, ମୁରାଦ୍‌ଖଁାପାଟଣା ଓ ଗୋଡିପାଟଣାରେ ଲୋକେ ମେଢ଼ ପ୍ରସ୍ତୁତି ପାଇଁ ନାଁ କରିଛନ୍ତି। ପିଢି ପରେ ପିଢି ଜରିମେଢ କାମରେ ନିୟୋଜିତ ହୋଇ ପେଟ ପୋଷୁଥିବା ୨୦ରୁ ଊର୍ଦ୍ଧ୍ୱ ପରିବାରର ଏବେ ଚିନ୍ତାରେ। ଉଚିତ୍‌ ପାରିଶ୍ରମିକ ମିଳୁ ନ ଥିବାରୁ ବେଉସା ଛାଡିବାକୁ ବସିଥିବା କୁହନ୍ତି, ଏହି ଅଞ୍ଚଳର କାରିଗର ମାନେ।
ଠିକ୍‌ ସମୟରେ କାମଦେବା ପାଇଁ ଲାଗିପଡିଛନ୍ତି ଘରର ମହିଳା, ପୁରୁଷ ଓ କୁନିକୁନି ପିଲା। ପରିବାରର ସମସ୍ତେ ଏହି କାମକୁ ଅତି ଆଦରର ସହ କରିଥାନ୍ତି। ପାର୍ବଣ ଋତୁରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ସେମାନେ ବର୍ଷସାରା ଚଳିଥାନ୍ତି ବୋଲି କୁହନ୍ତି, ପାଇକରାପୁରର ପୁରଣା କାରିଗର ରାମଚନ୍ଦ୍ର ଗିରି(୬୦)। ବାଉଁଶ ବତା, କାଗଜ, ଜରି, ନାନା ରଙ୍ଗର ଭେଲବେଟ୍‌ କାଗଜ, ଚୁମୁକି ଏବଂ ମାଳି ପ୍ରଭୃତି କଲିକତା ଓ କଟକରୁ ଆଣି ଜରିମେଢ ପ୍ରସ୍ତୁତ କରାଯାଏ। ୧୯୬୦ରେ ମେଢ଼ କାମ ପାଇଁ ମାତ୍ର ୬୦ ଟଙ୍କାରେ ହେଉଥିବାବେଳେ ବର୍ତ୍ତମାନ ୧୦ହଜାରରୁ ଆରମ୍ଭ କରି ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚତ୍ଲାଣି। ମାତ୍ର ବ୍ୟବହାର ହେଉଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଦୈନିକ ଅଣକୁଶଳୀ କାରୀଗରଙ୍କ ମଜୁରୀ ବୃଦ୍ଧି ଯୋଗୁ ପରିବାର ଚଳାଇବା କଷ୍ଟକର ହୋଇପଡୁଥିବା କହିଛନ୍ତି ମହିଳା କାରିଗର ସୁସନ୍ଧ୍ୟା ପ୍ରଧାନ। ଏଠି ତିଆରି ହେଉଥିବା ମେଢର ଚାହିଦା କଟକ, ଢେଙ୍କାନାଳ, ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଜିଲା ତଥା ରାଜ୍ୟ ବାହାରେ ମଧ୍ୟ ରହିଛି। ଯଦି ସରକାର ଏହାକୁ କୁଟିରଶିଳ୍ପର ମାନ୍ୟତା ଦେଇ ଅନୁଦାନ ଯୋଗାଇ ଦିଅନ୍ତେ ତେବେ ଆଗାମୀ ପିଢି ଏହାକୁ ନିଜର ଜୀବିକା କରିପାରନ୍ତେ ବୋଲି କାରିଗର ସୁଧାକର ପାଣି, ଆଶିଷ ଗିରି, ବିଭୁତି ଭୁଷଣ ରାଉତଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri