Categories: ଜାତୀୟ

ମିଳୁନି ଦରମା: ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୮।୪: ଜେଟ୍‌ ଏୟାରଓ୍ବେଜ୍‌ର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଫଳରେ କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ମିଳିପାରୁନାହିଁ। ଆର୍ଥିକ ସ୍ଥିତି ଖରାପ ହେବାରୁ ଜେଟ୍‌ ଏୟାରଓ୍ବେଜ୍‌ର ଜଣେ ଟେକ୍ନିସିଆନ୍‌ ୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିବା କୁହାଯାଉଛି। ୪୫ ବର୍ଷ ବୟସ୍କ ଶୈଳେଶ ସିଂ ପାଲଘରର ନାଲାସୋପାରା ଇଷ୍ଟ ଅଞ୍ଚଳରେ ଥିବା ଏକ କୋଠାରୁ ଡେଇଁ ପଡ଼ିଛନ୍ତି। ତାଙ୍କ ପେଟରେ କର୍କଟ ହୋଇଥିଲା। ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲରୁ ସେ ଡିସଚାର୍ଜ ହୋଇଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଶୈଳେଶ ଅନେକ ସମୟ ଧରି ଛାତ ଉପରେ ବସି ରହିଥିବା ସିସି ଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଶୈଳେଶଙ୍କ ମୃତ୍ୟୁଙ୍କୁ ନେଇ ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

Share