ମିଳୁନି ପକ୍କାଘର: ଭଙ୍ଗାଘରେ ନିରୁପମାଙ୍କ ପରିବାର

ବାଲିକୁଦା,୧୦ା୧୧(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅଧୀନ ସଂଗ୍ରାମପୁର ପଞ୍ଚାୟତ ଗୋଗୋଳ ଗ୍ରାମର ବିଧବା ବୃଦ୍ଧା ନିରୁପମା ମଲ୍ଲିକଙ୍କ ଫାଇଁ ପକ୍କାଘର ସାତସପନ ପାଲଟିଛି। ଫଳରେ ସେ ଭାଗ୍ୟକୁ ଆଦରି ତିନି ପୁଅ ଓ ଭୀନ୍ନକ୍ଷମ ଝିଅକୁ ଧରି ଭଙ୍ଗା ଚାଳଘରେ ରହୁଛନ୍ତି। ହେଲେ ତାଙ୍କ ଦୁଃଖରେ କେହି ଆହା ପଦେ କହୁ ନ ଥିବା ବେଳେ ସରକାରୀ ବ୍ୟବସ୍ଥା ତାଙ୍କୁ ଉପହାସ କରୁଥିବା ଭଳି ଅନୁମାନ ହେଉଛି। ନିରୁପମାଙ୍କ ସ୍ବାମୀ ଗଜେନ୍ଦ୍ର ରୋଗରେ ପଡି ୧୯୯୭ରୁ ଆଖି ବୁଜିଲେଣି। ବଡ ପୁଅ ସତ୍ୟବାନ ଓ ଅନ୍ୟ ଦୁଇ ପୁଅ ସୁଧୀର, ସୌଭାଗ୍ୟ ଦିବ୍ୟାଙ୍ଗ ଝିଅ ରୀନାକୁ ନେଇ ବଡ ଦୁଃଖ କଷ୍ଟରେ ଚଳୁଛନ୍ତି ନିରୁପମା। ଜନ୍ମର ବର୍ଷକ ପରେ ଝିଅ ରୀନାଙ୍କଠାରେ ଦେଖା ଦେଇଥିଲା ଅଷ୍ଟ ମାଲେସିଆ ରୋଗ। ଏଥିରେ ରୀନାଙ୍କ ଗୋଡ ବଙ୍କା ହୋଇଗଲା। ଝିଅର ଏପରି ଅବସ୍ଥା ମଧ୍ୟ ଅନେକ ଦୁଃଖ ଦେଇଛି ଏହି ପରିବାରକୁ। ନିରୁପମାଙ୍କୁ ମିଳୁଥିବା ବିଧବା ଭତ୍ତା ୫୦୦ ଟଙ୍କା ଓ ଦିବ୍ୟାଙ୍ଗ ଝିଅ ରୀନା ପାଉଥିବା ୫୦୦ ଭତ୍ତା ଟଙ୍କାରେ ପରିବାର ଚଳୁଛି। ମା’ ଝିଅଙ୍କ ଏହି ଟଙ୍କା ଓ ଅନ୍ତଦ୍ୱୟ କାର୍ଡର ୩୫ କେଜିର ଚାଉଳ ସିନା ପେଟ ଭୋକକୁ କିଛି ମାତ୍ରାରେ ମେଣ୍ଟାଉଛି। ହେଲେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନ ଥିବାରୁ ହୀନସ୍ତା ହେଉଛନ୍ତି ଏହି ପରିବାର। ଦିନ ସାରା ଯେନତେନ ଚଳି ଯାଉଛନ୍ତି ା ହେଲେ ରାତି ଆସିଲେ ଭଙ୍ଗା ଘରେ ରହିବାକୁ ଡରଲାଗେ ବୋଲି କୋହ ଭରା କଣ୍ଠରେ କହିଛନ୍ତି ନିରୁପମା। ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ଘର ମିଳୁଥିଲେ ମଧ୍ୟ ନିରୂପମା ଏହାର ସୁବିଧା ପାଇ ପାରୁନାହାନ୍ତି। ସେମାନେ ରହୁଥିବା ଘରର ଛପର ବଦଳାଇବା ମଧ୍ୟ ଅର୍ଥର ଅଭାବ। ସେହି ଘରେ ସେମାନେ ରହିଥିବା ବେଳେ ବାତ୍ୟା ଫନୀରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସେତେବେଳେ ଉକ୍ତ ପରିବାର ଗଁାସ୍କୁଲରେ ଆଶ୍ରୟ ନେଇଥିଲେ। ବାତ୍ୟା ପରେ ପୁଣି ସେହି ଘରକୁ ମରାମତି କରି ରହୁଛନ୍ତି। ତେଣୁ ଏହି ଅସହାୟ ପରିବାକୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି। ଏସମ୍ପର୍କରେ ବିଡିଓ କଲ୍ୟାଣୀ ପଟ୍ଟନାୟକଙ୍କୁ ପଚାରିବାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ପକ୍କାଘର ଯୋଗାଇ ଦିଆଯାଉଛି। ଯଦି ନିରୁପମା ଏଥିରୁ ବାଦ୍‌ ପଡ଼ିଛନ୍ତି ତାହାର ତଦନ୍ତ କରାଯିବ। ତଦନ୍ତରେ ଯୋଗ୍ୟ ବିବେଚିତ ହେଲେ ଘର ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri