ମିଳୁନି ଫନୀ ସହାୟତା: ତହସିଲ ଘେରିଲେ କ୍ଷତିଗ୍ରସ୍ତ

କଣ୍ଟାପଡା, ୧୭।୧୨(ଡି.ଏନ୍‌.ଏ.): ଗତ ମେ ମାସ ୩ ତାରିଖରେ ହୋଇଥିବା ବାତ୍ୟା ଫନୀ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଅଦ୍ୟାବଧି ସହାୟତା ମିଳିପାରିନାହିଁ। ଏପରି କି ପ୍ରକୃତ କ୍ଷତିଗ୍ରସ୍ତଙ୍କ ପରିବର୍ତ୍ତେ ଅନ୍ୟମାନଙ୍କୁ ଫନୀ ସହାୟତା ମିଳିବା ପ୍ରତିବାଦରେ ବାଇରୋଇ ଓ ଶିଶୁଆ ଗ୍ରାମର ଶତାଧିକ କ୍ଷତିଗ୍ରସ୍ତ ମଙ୍ଗଳବାର ପୂର୍ବାହ୍ନରୁ କଣ୍ଟାପଡା ତହସିଲ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଫଳରେ ତହସିଲରେ କାର୍ଯ୍ୟ ବ୍ୟାହତ ହେବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ତହସିଲ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Share