Categories: ଜାତୀୟ

ମିଶନ ଆଦିତ୍ୟ: ଦେଢ଼ ନିୟୁତ କିମି ଅତିକ୍ରମ କରିବ ଆଦିତ୍ୟ ଏଲ୍‌-୧

ନୂଆଦିଲ୍ଲୀ,୮।୩: ଭାରତ ସରକାର ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ମିଶନ ଆଦିତ୍ୟ ଆରମ୍ଭ କରିଛନ୍ତି। ଏନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକ ସଭାରେ ୭.୦୧ କୋଟିର ଅନୁଦାନ ଉପସ୍ଥାପନ କରିଛନ୍ତି। ଏହା ସହିତ ସେମି କାୟୋଜେନିକ ଇଞ୍ଜିନ୍‌ ବିକଶିତ କରିବା ଲାଗି ୬୫ କୋଟି ଏବଂ କାଟ୍ରୋସାଟ୍‌-୩ ପାଇଁ ୨୨ କୋଟି ଟଙ୍କାର ଅନୁଦାନ ପ୍ରସ୍ତାବ ସେ ଉପସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ମିଶନ ଆଦିତ୍ୟର କାମ ଆରମ୍ଭ ହୋଇସାରିଛି। ଆଦିତ୍ୟ ଏଲ୍‌-୧ ସୂର୍ଯ୍ୟର କୋରୋନା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ସହିତ ଆବଶ୍ୟକ ଫଟୋ ପୃଥିବୀ ପୃଷ୍ଠକୁ ପଠାଇବ। ଏଥିପାଇଁ ଆଦିତ୍ୟ ଏଲ୍‌-୧କୁ ଦେଢ଼ ନିୟୁତ କିମି ଅତିକ୍ରମ କରିବାକୁ ପଡ଼ିବ। ଏହା ସୂର୍ଯ୍ୟ ଚାରିପଟେ ଥରେ ବୁଲି ଆସିବାକୁ ୧୭୮ ଦିନ ନେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ପୃଥିବୀର କୌଣସି ଦେଶ ସୂର୍ଯ୍ୟ ମିଶନ ଉପରେ କାର୍ଯ୍ୟ କରି ନ ଥିବା ବେଳେ ଭାରତ ଏକ୍ଷେତ୍ରରେ ଉଦ୍ୟମ ଆରମ୍ଭ କରିଛି।

Share