Advertisement

ମିଶନ ଚନ୍ଦ୍ରୟାନ : ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇଥିଲେ ବୈଜ୍ଞାନିକ

ପୁରୀ ଅଫିସ, ୨।୮ : ମିଶନ ଚନ୍ଦ୍ରୟାନ-୨ର ସଫଳତା ପଛରେ ରହିଛି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଉପଦେଶ। ମହାକାଶ ବିଜ୍ଞାନ ବୈଦିକ ଗଣିତ ଆଧାରରେ ଚାଲୁଛି। ତେଣୁ ଏହାକୁ କିପରି ଉପଯୋଗ କରାଯାଇପାରିବ ସେ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକ। ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ପୂର୍ବରୁ ଶଙ୍କରାଚାର୍ଯ୍ୟ ଇସ୍ରୋର ଶ୍ରୀହରିକୋଟାସ୍ଥିତ ପ୍ରୟୋଗଶାଳା ପରିଦର୍ଶନ କରିଥିଲେ। ସେଠାରେ ସେ ବୈଦିକ ଗଣିତ ଏବଂ ଚନ୍ଦ୍ରୟାନ ଉତ୍‌କ୍ଷେପଣ ସମ୍ପର୍କରେ ବୈଜ୍ଞାନିକମାନଙ୍କ ସହ ବିଚାର ବିମର୍ଶ କରିଥିଲେ। ଚନ୍ଦ୍ରମାଙ୍କ ଗତି ସମ୍ପର୍କରେ ଶ୍ରୀମଦ୍‌ ଭାଗବତ, ବିଷ୍ଣୁ ପୁରାଣ ଏବଂ ବିଶେଷକରି ମହାଭରତରେ ତଥ୍ୟ ରହିଛି। ଏହି ଆଧାର କରି ଚନ୍ଦ୍ରୟାନ କେବେ ଛଡାଯିବ ସେ ନେଇ ଇସ୍ରୋ ବୈଜ୍ଞାନିକଙ୍କୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share