‘ମିଶନ ମଙ୍ଗଲ’ ନିର୍ଦ୍ଦେଶକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଜଗନ ଶକ୍ତି ହଠାତ୍‌ ଗତ ୨୫ ତାରିଖରେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା କୁହାଯାଉଥିବା ବେଳେ ଜାନୁୟାରୀ ୨୭ରେ ତାଙ୍କର ସର୍ଜରୀ କରାଯାଇଥିଲା। ଏବେ ସେ ହସ୍ପିଟାଲରେ ଅଛନ୍ତି। ତେବେ ଜଗନ ହସ୍ପିଟାଲରେ ଭର୍ତ୍ତି ହେବା ଖବର ଶୁଣିବା ପରେ ବଲିଉଡ୍‌ ଖିଲାଡି ବୟ ତୁରନ୍ତ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ। ଏବେ ଶୁଣିବାକୁ ମିଳିଛି କି ଅକ୍ଷୟ ଜଗନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ କୁଆଡେ ବହନ କରୁଛନ୍ତି। ନିର୍ଦ୍ଦେଶକ ଆର୍‌ ବାଲକି ୨ ଦିନ ପୂର୍ବରୁ କହିଥିଲେ ସର୍ଜରୀ ପରେ ଜଗନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ତେବେ କେବଳ ଅକ୍ଷୟ କାହିଁକି ପୂରା ମିଶନ ମଙ୍ଗଲ ଟିମ୍‌ ଜଗନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share