ମିଶନ ରାଣୀ ପର୍ବ ଆରମ୍ଭ

ବ୍ରହ୍ମପୁର ଅଫିସ,୧୯ା୧୧- ବ୍ରହ୍ମପୁର କୁଇନ ମିଶନ କ୍ୟାଥଲିକ ଚର୍ଚ୍ଚରେ ଯୀଶୁଙ୍କ ମା’ ମେରିଆଙ୍କ ନବଦିନ ବ୍ୟାପୀ ମିଶନ ରାଣୀ ପର୍ବ ସୋମବାରରୁ ଆରମ୍ଭ ହୋଇଛି। ଅନ୍ତିମ ଉତ୍ସବ ଆସନ୍ତା ୨୭ ତାରିଖରେ ସମୁହ କ୍ୟାଣ୍ଡେଲ ଡେ ପାଳନ କରାଯିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । କ୍ୟାଥଲିକ୍‌ ଖ୍ରୀଷ୍ଟିଆନଙ୍କ ମହା ଦେବାଳୟ ସ୍ଥାନୀୟ କୁଇନ ମିଶନ ଚର୍ଚ୍ଚରେ ରହିଛି। ସେଠାରେ ମେରିଆଙ୍କ ପ୍ରତିମୂର୍ତ୍ତି ଅଛି। ଏହା ଦେଶର ଏକ ମାତ୍ର ଦେବାଳୟ ବୋଲି କୁହାଯାଇଛି । ପ୍ରତିବର୍ଷ ନଭେମ୍ବର ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ମୁଖ୍ୟ ଯାଜକ ସଞ୍ଜିତ କୁମାର ନାୟକ ଏହାକୁ ସଂଯୋଜନା କରିଥିଲେ। ସରକାରୀ ଯାଜକ ଶଶୀକାନ୍ତ ମାଳୀଙ୍କ ସମେତ ସୁରେଶ ନାୟକ, ଅନନ୍ତ ନାୟକ, ଦୀନବନ୍ଧୁ ନାୟକ ଓ ସୁବୀର ସିଂ ପ୍ରମୁଖ ଯାଜକମାନେ ଦିବ୍ୟ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ। ବହୁ ସଂଖ୍ୟକ କ୍ୟାଥଲିକ ଖ୍ରୀଷ୍ଟିଆନ ମହିଳା ଓ ପୁରୁଷ ଦିବ୍ୟଯଜ୍ଞ ଦର୍ଶନ ସହ ମେରିଆଙ୍କ ପୀଠରେ ସମୂହ ପ୍ରାର୍ଥନା କରିଥିଲେ। ଏହି ସମ୍ପ୍ରଦାୟର ଯୁବଗୋଷ୍ଠୀ ଭକ୍ତି ସଂଗୀତ ପରିବେଷଣ କରିଥିଲେ । ଅପରପକ୍ଷରେ ପବିତ୍ର ମିଶନ ରାଣୀ ପର୍ବ ପାଇଁ ସୋମବାରୁ କୁଇନ ମିଶନ ଚର୍ଚ୍ଚ ଉତ୍ସବମୁଖର ହୋଇଛି ।

Share