Categories: ଜାତୀୟ

ମିଶନ ଶକ୍ତି: ମହାକାଶରେ ଶତ୍ରୁ ପକ୍ଷ ସାଟେଲାଇଟ୍‌କୁ ଧ୍ୱଂସ କରିବ ଭାରତ

ନୂଆଦିଲ୍ଲୀ,୮।୨: ଭବିଷ୍ୟତରେ ମହାକାଶରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରସ୍ତୁତି ଜାରି ରଖିଛି। ଭାରତୀୟ ରକ୍ଷା ଓ ଅନୁସନ୍ଧାନ ସଂଗଠନ(ଡିଆର୍‌ ଡିଓ) ପକ୍ଷରୁ ମିଶନ ଶକ୍ତି ବିକଶିତ କରାଯାଇଛି। ଡିଆର୍‌ଡିଓର ବୈଜ୍ଞାନିକ ଦିନରାତି ଗବେଷଣା କରି ୩ମାସରେଏହାର ନିର୍ମାଣ କରିଛନ୍ତି। ଏହା ମହାକାଶରେ ଶତ୍ରୁ ପକ୍ଷ ସାଟେଲାଇଟ୍‌କୁ ଧ୍ୱଂସ କରିବାକୁ ସକ୍ଷମ ହୋଇପାରିବ। ମିଶନ ଶକ୍ତିର ଏକ ମଡେଲ ଡିଫେନ୍ସ୍‌ ଏକ୍ସେପୋ-୨୦୨୦ରେ ପ୍ରଦର୍ଶିତ କରାଯାଇଛି। ୨୦୧୯ ମାର୍ଚ୍ଚ ୨୭ରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା। ଏଭଳି ପ୍ରତିରକ୍ଷା କ୍ଷମତା ହାସଲ କରିବାରେ ଭାରତ ଚତୁର୍ଥ ଦେଶ ପାଲଟିଛି। ଏହାପୂର୍ବରୁ ଏଭଳି କ୍ଷମତା ରୁଷ୍‌, ଆମେରିକା ଏବଂ ଚାଇନା ରହିଛି।

Share