ମିଷ୍ଟର ଇଣ୍ଡିଆ-୨ରେ ରଣବୀର ସିଂ

ବଲିଉଡ୍‌ର ଲୋକପ୍ରିୟ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ‘ଟାଇଗର ଜିନ୍ଦା ହୈ’ ଭଳି ଫିଲ୍ମ ନିର୍ମାଣ କରିଥିବା ଅଲ୍ଲୀ ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିିର୍ମାଣ ହେବାକୁ ଥିବା ଏହି ଫିଲ୍ମରେ ରଣବୀର ସିଂ ଲିଡ୍‌ ରୋଲ୍‌ରେ ନଜରକୁ ଆସିବେ। ଏହି ଫିଲ୍ମର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଚଳିତବର୍ଷ ଦୀପାବଳି ଅବସରରେ ଫିଲ୍ମଟି ରିଲିଜ୍‌ ହେବ ବୋଲି ଜଣାପଡିଛି। ରଣବୀର ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ତେବେ ଫିଲ୍ମରେ ତାଙ୍କ ବିପକ୍ଷରେ କିଏ ନାୟିକା ହେବ ତାହା ଏବେ ସିକ୍ରେଟ ରଖାଯାଇଛି। ମିଷ୍ଟର ଇଣ୍ଡିଆ ବଲିଉଡର ଲୋକପ୍ରିୟ ସିନେମା ମଧ୍ୟରୁ ଅନ୍ୟତମ । ୧୯୮୭ ମସିହାରେ ଆସିଥିବା ଏହି ସିନେମାରେ ଶ୍ରୀଦେବୀ ଓ ଅନୀଲ କପୁର୍‌ ଲିଡ୍‌ ରୋଲରେ ନଜରକୁ ଆସିଥିଲେ।

Share